ହାଓଡ଼ାରୁ ପୁରୀ ଆସି ପୁଣି ପ୍ରତ୍ୟାବର୍ତ୍ତନ କରିଛି ବନ୍ଦେ ଭାରତ ଏକ୍ସପ୍ରେସ

add-all

ଭୁବନେଶ୍ୱର :ଓଡ଼ିଶାରେ ବନ୍ଦେଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍‌ । ହାଓଡ଼ାରୁ ପୁରୀ ଆସି ପୁଣି ପ୍ରତ୍ୟାବର୍ତ୍ତନ କରିଛି ବନ୍ଦେ ଭାରତ ଏକ୍ସପ୍ରେସ। ମାତ୍ର ୬ଘଣ୍ଟା ୨୫ ମିନିଟରେ ହାଓଡ଼ା ଓ ପୁରୀ ମଧ୍ୟରେ ଦୂରତାକୁ ଅତିକ୍ରମ କରିଛି। ପୁରୀରେ ପହଞ୍ଚିବା ପରେ ଅପରାହ୍ନ ଗୋଟାଏ ୫୦ରେ ପୁଣି ହାୱଡା ଅଭିମୁଖେ ଯାତ୍ରା କରିଛି। ଏଥିରେ ବିମାନ ଯାତ୍ରା ଭଳି ସୁଖଦ ଅନୁଭୂତି ମିଳିଥିବା ଯାତ୍ରୀମାନେ କହିଛନ୍ତି। ସକାଳ ୬ଟା ୧୦ମିନିଟରେ ବନ୍ଦେ ଭାରତ ଏକ୍ସପ୍ରେସ ହାଓଡାରୁ ବାହାରିଥିଲା। ମଧ୍ୟାହ୍ନ ୧୨ଟା ୩୫ରେ ପୁରୀ ରେଳ ଷ୍ଟେସନର ୨ନଂ ପ୍ଲାଟଫର୍ମରେ ପହଞ୍ଚିଥିଲା।

ଟ୍ରେନ ପହଞ୍ଚିବା ପରେ ଉପସ୍ଥିତ ବିଭାଗୀୟ କର୍ମଚାରୀ,ସାଧାରଣ ଲୋକ, ଯାତ୍ରୀ ଓ ପର୍ଯ୍ୟଟକ ଟ୍ରେନକୁ ସ୍ୱାଗତ କରିବା ସହ ଟ୍ରେନ ଭିତର ବୁଲି ଦେଖିଥିଲେ। ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଅତ୍ୟାଧୁନିକ ସେମି ସ୍ପିଡ୍‌ ଟ୍ରେନରେ ଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧା, ସୁଯୋଗ ରହିଛି। ।ପ୍ଲାଟଫର୍ମରେ ଏକ ଘଣ୍ଟା ୧୫ ମିନିଟ ରହିବା ପରେ ଅପରାହ୍ନ ଗୋଟାଏ ୫୦ମିନିଟରେ ଟ୍ରେନ ହାୱଡା ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛି। ସାଧାରଣ ଟ୍ରେନ ଅପେକ୍ଷା ଏହି ଟ୍ରେନରେ ହାୱଡାକୁ ଯାତ୍ରା ସମୟ ଦୁଇ ଘଣ୍ଟା କମ ରହିଛି। ହାୱଡା ପରେ ବନ୍ଦେ ଭାରତ ଟ୍ରେନ ଖଡ଼ଗପୁର, ଭଦ୍ରକ,ଯାଜପୁର, କଟକ, ଭୁବନେଶ୍ଵର ଦେଇ ପୁରୀରେ ପହଞ୍ଚିଥିଲା। ପ୍ରତି ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସ ମାତ୍ର ୨ ମିନିଟ ରହିଥିଲା।

ad-week
Leave A Reply

Your email address will not be published.