ଓଡିଶା ସ୍ୱାଭିମାନର ପ୍ରତୀକ ଥିଲେ ଉତ୍କଳଗୌରବ ମଧୁସୁଦନ ଦାସ

add-all

ବ୍ରହ୍ମପୁର (୨୮/୪) : ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର ବିନ୍ଧାଣୀ ତଥା ଓଡ଼ିଶା ସ୍ୱାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ଆଦର୍ଶ କୁ ଅନୁକରଣ କରି ଓଡ଼ିଶା ବାସୀ କାର୍ଯ୍ୟ କଲେ, ବିଶ୍ୱରେ ଆମର ଏକ ସ୍ଵତନ୍ତ୍ର ପରିଚିତି ସୃଷ୍ଟି ହୋଇ ପାରିବ । ଆଜି ସେହି ମହାନ ବ୍ୟକ୍ତିତ୍ଵ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଅନ୍ତର୍ଜାତୀୟ ଓଡ଼ିଆ ସ୍ବାଭିମାନ ପ୍ରତିଷ୍ଠାନ, ମହାନ୍ ସଙ୍ଘ, ସଂସାର ଓ ରୋଟାରୀ କ୍ଲବ ମିଡ ଟାଉନ ପକ୍ଷରୁ ଗାନ୍ଧୀନଗର ଛକ ସ୍ଥିତ ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ମ ମାଲ୍ୟ ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ପ୍ରତିଷ୍ଠାନ ର ମୁଖ୍ୟ ସଂଯୋଜକ ଶ୍ରୀ ଶୁଶାନ୍ତ କୁମାର ସାବତ, ଅଧିବକ୍ତା ଶ୍ରୀମତୀ ଶ୍ରୀୟା କୁମାରୀ ନାୟକ, ନାୟକ, ରମେଶ ସାହୁ, ପି ରାମାରାଓ ସୁବୁଦ୍ଧି, ପ୍ରକାଶ ଭାଜନି, ପ୍ରଣବ ପଣ୍ଡା, ପ୍ରେମସିଲା ନନ୍ଦ, ଜୀବନ ପାତ୍ର, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ବ୍ରଜେନ୍ଦ୍ର କୁମାର ଦାସ, ପ୍ରସାଦ କମୋଲି, ଲକ୍ଷ୍ମୀ ନାରାୟଣ ନାୟକ, ବିଜୟ ନନ୍ଦ, ଶ୍ରୀକାନ୍ତ ସାବତ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରିଥିଲେ ।

ad-week
Leave A Reply

Your email address will not be published.