ନିଶାସକ୍ତ ଯୁବକର କାର ଧକ୍କାରେ ଆଈ ସହ ନାତି ଓ ନାତୁଣୀଙ୍କ ମୃତ୍ୟୁ

add-all

ଅନୁଗୋଳ: ତାଳଚେର ଗୋବରା ଗାଁରେ ଅଭାବନୀୟ ଘଟଣା ଘଟିଛି। ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଦ୍ରୁତଗାମୀ କାର୍‌ ସେମାନଙ୍କ ଉପରେ ଚଢ଼ିଯାଇଛି। ଫଳରେ ଜଣେ ବୃଦ୍ଧା ଓ  ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ପ୍ରମିଳା ପ୍ରଧାନ, ପୁନମ୍‌ ପ୍ରଧାନ ଓ ଗୁଗୁ।

ସୂଚନା ଅନୁସାରେ ଗୋବରା ଗାଁ ଦାଣ୍ଡରେ କିଛି ଶିଶୁ ଖେଳୁଥିବା ବେଳେ ଏକ କାର ଦ୍ରୁତ ଗତିରେ ଆସିଵା ସହ ଭାରସାମ୍ୟ ହରାଇ ଦୁଇ ଜଣ ଶିଶୁ ଓ ଜଣେ ବୟସ୍କା ମହିଳାଙ୍କୁ ଧକ୍କା ଦେଇଥିଲା। ଫଳରେ ପ୍ରମିଳା ପ୍ରଧାନ ନାମକ ମହିଳା ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଦୁଇ ଶିଶୁ ପୁନମ ପ୍ରଧାନ ଓ ଗୁଗୁଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣାକୁ ନେଇ ଗୋବରା ଗାଁରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି। ଲୋକ ନିଶାଗ୍ରସ୍ତ ଥିବା ଚଳକକୁ ମାଡ଼ ମାରି ଅଟକ ରଖିଥିବା ଜଣା ପଡ଼ିଛି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି। ଅନ୍ୟପଟରେ ଗୋବରା ଗାଁରେ ଶୋକର ଛାୟା ଖେଳିଯାଇଛି।

ad-week
Leave A Reply

Your email address will not be published.