
ବ୍ରହ୍ମପୁର : ସ୍ଥାନୀୟ ଡ଼ିଏମଣ୍ଡ ଯୁବୁଲି ଟାଉନହୋଲ ଠାରେ ଗଞ୍ଜାମ ଜିଲ୍ଲା ଗଞ୍ଜାମ ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘ ବ୍ରହ୍ମପୁର ୩୯ତମ ତ୍ରୟବାର୍ଷିକ ଅଧିବେଶନ ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏହି ସଭାର ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ ଯୋଗ ଦେଇ ଉଦଘାଟନ କରିଥିଲେ | ଏହି ସଙ୍ଘ ବିଭିନ୍ନ ଦାବି ନେଇ ବିଧାୟକଙ୍କ ଜଣାଇଥିଲେ କିନ୍ତୁ ବିଧାୟକ ଅନୁପସ୍ଥିତ ଥିବାରୁ ତାଙ୍କ ପ୍ରତିନିଧି ଆସି ଦାବି ଗ୍ରହଣ କରିଥିଲେ ଫୋନ ମାଧ୍ୟମରେ ବିଧାୟକ ଦାବି ପୂରଣ ପାଇଁ ପ୍ରତିଶୃତି ଦେଇଥିଲେ | ସଭାରେ କିଛି ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା |
ଏମାନଙ୍କ ମଧ୍ୟରେ ଅସ୍ତିସଲ୍ୟ ବିଭାଗ ଅନ୍ତରଜାତୀୟ ଖ୍ୟାତି ସମ୍ପନ୍ନ ଓ ପଦ୍ମଶ୍ରୀ ଉପାଧି ପ୍ରାପ୍ତ ଡାକ୍ତର କୃଷ୍ଣମୋହନ ପାଠୀ, ଶଳ୍ୟ ଵିଶାରଦ ଡାକ୍ତର ପ୍ରଫେସର କାଲା ରାଜାରାମ ମୋହନ ରାଓ ଓ ଶ୍ରୀ ତ୍ରିନାଥ ନାୟକଙ୍କୁ ସ୍ୱତନ୍ତ୍ର ବ୍ୟକ୍ତି ଭାବରେ ସମ୍ମାନିତ କରାଗଲା | ଏହି ସଭାରେ ଗଞ୍ଜାମ ଜିଲ୍ଲାର ବ୍ଲକ ପ୍ରାୟ ୮୦ଜଣ ଉପସ୍ଥିତ ଥିଲେ | ମଞ୍ଚ ପରିଚାଳନା ସିମାଞ୍ଚଳ ପ୍ରସାଦ ବିଶୋଇ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଘର ଡାକ୍ତର ଇନ୍ଦୁଭୂଷଣ ପଟ୍ଟନାୟକ, ଡାକ୍ତର ସଂକର୍ଷଣ ପାତ୍ର, ନବୀନ କୁମାର ପଟ୍ଟନାୟକ, ରବୀନ୍ଦ୍ରନାଥ
ପ୍ରଧାନ, ସ. ନରସିଂହ ପଟ୍ଟନାୟକ,ପ୍ରଶାନ୍ତ କୁମାର ମହାପାତ୍ର, ହୃଷିକେଶ ନନ୍ଦ, ଡି ଆପ୍ପ ରାଓ, T. କୁମାର ସ୍ୱାମୀ ପାତ୍ର, ସୁରେନ୍ଦ୍ର ପାତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |