ବନବିଭାଗ କର୍ମଚାରୀଙ୍କ ଦ୍ଵାରା ୪ଫୁଟିଆ ନାଗ ସାପ ସହିତ ୩୦ରୁ ଉର୍ଦ୍ଧ୍ବ ଅଣ୍ଡା ଉଦ୍ଧାର

ଆନନ୍ଦପୁର : ବନବିଭାଗ କର୍ମଚାରୀଙ୍କ ଦ୍ଵାରା ୪ଫୁଟିଆ ନାଗ ସାପ ସହିତ ୩୦ରୁ ଉର୍ଦ୍ଧ୍ବ ଅଣ୍ଡା ଉଦ୍ଧାର। ଆନନ୍ଦପୁର ଉପଖଣ୍ଡ ହାବଳେଶ୍ୱର ପଞ୍ଚାୟତ ଧାଇପୋଖରୀ ଗାଁର ଚିନ୍ତାମଣି ବେହେରାଙ୍କ ଘରେ କିଛି ଦିନ ତଳେ ଏକ ନାଗ ସାପ ବୁଲୁଥିବାର ଦେଖିବାକୁ ମିଳିଥିଲା।

ଯାହାକୁ ନେଇ ପରିବାର ଲୋକେ ଭୟଭୀତ ହେବା ସହିତ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଉଭୟ ଜଙ୍ଗଲ ବିଭାଗ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନାଗ ସାପ ସମେତ ୩୦ ରୁ ଉର୍ଦ୍ଧ୍ବ ଅଣ୍ଡା ଉଦ୍ଧାର କରିଛନ୍ତି।

ad-week
Leave A Reply

Your email address will not be published.