ତିନିରଥର ମୋଟ ୪୨ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପୂର୍ଣ୍ଣ

add-all

ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଆଜି ଷଷ୍ଠ ଦିବସ। ପଞ୍ଚମ ଦିବସ ସୁଦ୍ଧା ତିନିରଥର ମୋଟ ୪୨ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଅଛି । ଏତଦ୍ ବ୍ୟତୀତ ତିନିରଥର ମହାରଣା ମାନେ ପାହି ମହାରଣାଙ୍କ ସହଯୋଗରେ ତୁମ୍ବ ଗୁଡିକରେ ସୁତା ବାଡ଼ିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କରତି ସେବକ ମାନେ ତିନି ରଥ ମହାରଣା ମାନଙ୍କୁ ଦୁଇଟି ଲେଖାଁଏ ତୁମ୍ବର ଘେର କାଟି ଯୋଗାଇ ଦେଇଛନ୍ତି।

ଆଜି ତୁମ୍ବରେ ବିନ୍ଧ ଅନୁକୂଳ ହେବ। ନନ୍ଦିଘୋଷ ରଥର ୧୬ ଗୋଟି ଗୋଲେଇ ତୁମ୍ବ ମଧ୍ୟରୁ ୧୩ ,ଗୋଟି ତୁମ୍ବରେ ସୁତା ବାଡ଼ିଆ କାର୍ଯ୍ୟଶେଷ ହୋଇଥିଲା ବେଳେ, ତାଳଧ୍ୱଜରଥ ଏବଂ ଦେବୀ ରଥର ଗୋଲେଇତୁମ୍ବ ଗୁଡିକରୁ ୧୦ଟି ଲେଖାଁଏ ତୁମ୍ବରେ ସୁତା ବାଡ଼ିଆ କାର୍ଯ୍ୟ ଶେଷ ହୋଇଅଛି । ପରେ ମାପ ଚୁପ ହୋଇ ବିନ୍ଧ ଅନୁକୂଳ ହେବ ।

ad-week
Leave A Reply

Your email address will not be published.