ଖାଦ୍ୟ ବରାଦ ଉପରେ ସ୍ବିଗି ନେବ ୨ ଟଙ୍କା ଫି’

add-all

ନୂଆଦିଲ୍ଲୀ : ଖାଦ୍ୟ ଡେଲିଭରି କରୁଥିବା ସଂସ୍ଥା ସ୍ବିଗି ପକ୍ଷରୁ ଖାଦ୍ୟ ବରାଦ କରୁଥିବା ଗ୍ରାହକଙ୍କଠାରୁ ୨ ଟଙ୍କାର ପ୍ଲାଟଫର୍ମ ଫି’ ଅସୁଲ କରାଯିବ। ଯିଏ ଯେତେ ପରିମାଣର ଖାଦ୍ୟ ମଗାନ୍ତୁ ନା କାହିଁ ତାଙ୍କୁ ଏହି ଫି’ ଗଣିବାକୁ ପଡ଼ିବ। ବର୍ତ୍ତମାନ ବେଙ୍ଗାଲୁରୁ ଓ ହାଇଦ୍ରାବାଦର ଗ୍ରାହକଙ୍କ ଉପରେ ଏହି ଫି’ ଲାଗୁ କରାଯାଇଛି। ଆଗାମୀ ଦିନରେ ଦେଶର ଅନ୍ୟ ସହରରେ ତାହାକୁ ଲାଗୁ କରାଯାଇପାରେ।

ଏ ସମ୍ପର୍କରେ କଂପାନିର ପ୍ରବକ୍ତା କହିଛନ୍ତି ଯେ ପ୍ଲାଟଫର୍ମ ଫି’ ନାମକୁ ମାତ୍ର। ଏହା ଆମକୁ ପ୍ଲାଟଫର୍ମରେ ଉନ୍ନତି ଆଣିବା ଓ ଆପ୍‌ରେ ଅଧିକ ସୁବିଧା ପ୍ରଦାନ କରିବାରେ ସହାୟକ ହେବ। ତେବେ ସ୍ବିଗିର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଜୋମାଟୋ ପକ୍ଷରୁ ସେଭଳି କିଛି ଫି’ ଲାଗୁ କରାଯାଇନାହିଁ। ତେବେ ସ୍ବିଗିର ପ୍ଲାଟଫର୍ମ ଫି’ ପ୍ରତି ଗ୍ରାହକମାନଙ୍କ ପ୍ରତିକ୍ରିୟା କ’ଣ ରହୁଛି ତାହା ଉପରେ ଜୋମାଟୋ ନଜର ରଖିଛି।

ad-week
Leave A Reply

Your email address will not be published.