ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଆଶାୟୀ: ରାମଦାସ ଅଠାୱଲେ

add-all

ମୁମ୍ବାଇ: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଶାୟୀ ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଓ ଅଧିକାରିତା ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ ଶୁକ୍ରବାର ଦିନ କହିଛନ୍ତି।

‘ନ୍ୟାସ୍‌ନାଲ୍‌ ଡେମୋକ୍ରାଟିକ୍‌ ଆଲାଇଆନ୍‌ସ୍‌’ରେ (ଏନ୍‌ଡିଏ) ଯୋଗ ଦେବା ପାଇଁ ସେ ‘ଏନ୍‌ସିପି’ ମୁଖ୍ୟ ଶରଦ ପାୱାର୍‌ଙ୍କୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।

ମହାରାଷ୍ଟ୍ରର ସାଙ୍ଗଲୀରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ରାମଦାସ ଅଠାୱଲେ କହିଛନ୍ତି, ଆଜିକାଲି ସମସ୍ତେ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। କିନ୍ତୁ, ସଂଖ୍ୟଗରିଷ୍ଠତା ଥିଲେ ହିଁ ମୁଖ୍ୟମନ୍ତ୍ରୀ ହେବା ସମ୍ଭବପର। ଏ ପ୍ରସଙ୍ଗରେ ବ୍ୟାପକ ଚର୍ଚ୍ଚା ଚାଲିଥିବାରୁ ଜଣାଇ ଦେବାକୁ ଚାହୁଁଛି ଯେ, ମୁଖ୍ୟମନ୍ତ୍ରୀ ହେବା ପାଇଁ ମୁଁ ବି ଆଶାୟୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୁଶୀଲ୍‌ କୁମାର ସିନ୍ଧେଙ୍କ ପରେ ରାଜ୍ୟରେ ଆଉ କ‌ୌଣସି ଦଳିତ ମୁଖ୍ୟମନ୍ତ୍ରୀ ନାହାନ୍ତି। ଯଦି ଏମିତି କିଛି ଭାବନା ଥାଏ, ତେବେ ମୁଖ୍ୟମନ୍ତ୍ରୀ ହେବାକୁ ମୁଁ ନିଶ୍ଚୟ ଆଗ୍ରହୀ। ମାତ୍ର, ଏବେ ଆମ ସରକାର ସ୍ଥିର ରହିଛି ଏବଂ ଏକନାଥ ସିନ୍ଦେ ଭଲ କାମ କରୁଛନ୍ତି। ଦୈନିକ ସେ ୧୬ରୁ ୧୮ଘଣ୍ଟା କାର୍ଯ୍ୟ କରୁଛନ୍ତି। ସେ ଜଣେ ଦକ୍ଷ ମୁଖ୍ୟମନ୍ତ୍ରୀ।

ଶରଦ ପାୱାର୍‌ ଆମକୁ ରାଜନୀତି ଶିଖାଇଛନ୍ତି। ତାଙ୍କପରି ଅଭିଜ୍ଞ ବ୍ୟକ୍ତିମାନେ ‘ଏନ୍‌ଡିଏ’କୁ ଆସିବା ଉଚିତ। ଜର୍ଜ ଫର୍ଣ୍ଣାଣ୍ଡିସ୍‌ ଏବଂ ନୀତୀଶ କୁମାରଙ୍କ ଭଳି ପୃଥକ୍‌ ଆଦର୍ଶବାଦର ଲୋକେ ମଧ୍ୟ ‘ଏନ୍‌ଡିଏ’କୁ ଆସିଥିଲେ। ତେଣୁ, ପାୱାର୍‌ ସାହେବ ଏ ପ୍ରସ୍ତାବ ଉପରେ ବିଚାର କରିବା ଉଚିତ ବୋଲି ଅଠାୱଲେ କହିଛନ୍ତି।

ad-week
Leave A Reply

Your email address will not be published.