ଧରା ପଡ଼ିଲେ ଭାରତକୁ ୨୭ଟି ସୁନା ବିସ୍କୁଟ୍‌ ଚୋରାଚାଲାଣ କରୁଥିବା ବାଂଲାଦେଶୀ ମହିଳା

add-all

କୋଲ୍‌କାତା: ଚୋରାଚାଲାଣ କରିବାକୁ ୨୭ ପ୍ରକାର ସୁନା ବିସ୍କୁଟ୍‌ ନେଇ ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଜଣେ ବାଂଲାଦେଶୀ ମହିଳା ଗୁରୁବାର ଦିନ ‘ସୀମା ସୁରକ୍ଷା ବଳ’ଦ୍ବାରା (ବିଏସ୍‌ଏଫ୍‌) ଧରା ପଡ଼ିଛନ୍ତି।

୨.୧୪୫ କିଲୋ ଓଜନର ଉକ୍ତ ସୁନା ବିସ୍କୁଟ୍‌ଗୁଡ଼ିକର ସମୁଦାୟ ମୂଲ୍ୟ ପ୍ରାୟ ୧,୨୯,୩୨,୧୩୩ ଟଙ୍କା (୧ କ‌ୋଟି ୨୯ ଲକ୍ଷ) ହେବ।

ବିଶେଷସୂତ୍ରରୁ ସୂଚନା ପାଇ ‘ଇଣ୍ଡିଆନ୍‌ ଆଇସିପି ପେତ୍ରାପୋଲ୍‌’ରେ ମୁତୟନ ହୋଇଥିବା ମହିଳା ‘ବିଏସ୍‌ଏଫ୍‌’ ଅଧିକାରୀମାନେ ପାସେଞ୍ଜର୍‌ ଟର୍ମିନାଲ୍‌ ବାଟେ ଭାରତକୁ ପ୍ରବେଶ କରୁଥିବା ଉକ୍ତ ମହିଳାଙ୍କୁ ଅଟକାଇ ତାଙ୍କର ତଲାସି ନେଇଥିଲେ। ଉକ୍ତ ମହିଳାଙ୍କ ଅଣ୍ଟାରେ ଗୁଡ଼ାହୋଇ ବନ୍ଧା ହୋଇଥିବା ଖଣ୍ଡେ କପଡ଼ାରୁ ଅଧିକାରୀମାନେ ୨୭ଟି ଭିନ୍ନ ଭିନ୍ନ ପ୍ରକାରର ସୁନା ବିସ୍କୁଟ୍‌ ପାଇଥିଲେ।

ଧରାପଡ଼ିଥିବା ମହିଳା ହେଉଛନ୍ତି ବାଂଲାଦେଶର ଚିଟ୍ଟାଗଙ୍ଗ ଜିଲ୍ଲାବାସିନୀ ୩୪ ବର୍ଷୀୟ ମାଣିକ ଧର। ଜେରା କରାଯିବାରୁ ସେ କହିଲେ କି, ସୁମନ ଧର ନାମରେ ଜଣେ ଚିଟ୍ଟାଗଙ୍ଗବାସିନୀ ଏହି ସୁନା ବିସ୍କୁଟ୍‌ ସବୁ ନେଇ ପଶ୍ଚିମବଙ୍ଗର ବାରାସତରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କୁ ଦେବା ପାଇଁ ତାଙ୍କୁ ନିର୍ଦେଶ ଦେଇଥିଲେ।

ସେ ଆହୁରି ମଧ୍ୟ ସ୍ବୀକାର କରିଛନ୍ତି ଯେ, ପ୍ରଥମ ଥର ପାଇଁ ସେ ଏହି ସୁନା ଚୋରାଚାଲାଣ କରୁଥିଲେ ଏବଂ ସେଥିପାଇଁ ତାଙ୍କୁ ୨୦୦୦ ଟଙ୍କା ପାରିଶ୍ରମିକ ମିଳିଛି।

ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ଚୋରାଚାଲାଣକାରୀ ମହିଳା ଓ ଜବତ ସୁନା ବିସ୍କୁଟ୍‌ଗୁଡ଼ିକୁ ପେତ୍ରାପୋଲ ‘କଷ୍ଟ୍ୟୁମ୍‌ ଅଫିସ୍‌’ରେ ଜିମା ଦିଆଯାଇଛି।

ad-week
Leave A Reply

Your email address will not be published.