ଛେଳି ବେପାରୀଙ୍କୁ ହତ୍ୟା ଓ ୯ ଲକ୍ଷ ଲୁଟ୍ ଘଟଣା: ୨ ଝାଡ଼ଖଣ୍ଡୀ ଅପରାଧୀଙ୍କ ସହ ୫ ଗିରଫ

add-all

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଛଟେନପାଲି ତାରିଣୀ ମନ୍ଦିର ନିକଟରେ ୩ ଅଜ୍ଞାତ ଦୁର୍ବୃତ୍ତ ଜଣେ ଛେଳି ବେପାରୀ ପ୍ରଭାତ ନାଏକଙ୍କୁ ଗୁଳି ମାରି ହତ୍ୟା କରିବା ସହ ତାଙ୍କଠାରୁ ୯ ଲକ୍ଷ ଲୁଟିଥିଲେ। ଗତ ୧୩ ତାରିଖରେ ସଂଘଟିତ ଏହି ଚାଞ୍ଚଲ୍ଯକର ହତ୍ଯାକାଣ୍ଡର ୫ ଅଭିଯୁକ୍ତଙ୍କୁ ପୁଲିସ ମୋବାଇଲ୍ ଟ୍ରାକିଂ କରି ଧରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତଙ୍କ ମଧ୍ଯରେ ଝାଡ଼ଖଣ୍ଡର ଦୁଇ ଅପରାଧୀଙ୍କ ସମେତ ରାଜଗାଙ୍ଗପୁରର ୨ ଓ ଭଷ୍ମା ଥାନା ଅଞ୍ଚଳର ଜଣେ ରହିଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ଯରେ ଜଣେ ଭିନ୍ନକ୍ଷମ ରହିଛି, ଯିଏ ଘଟଣାର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି। ସେମାନଙ୍କ ଠାରୁ ହତ୍ଯାରେ ବ୍ଯବହୃତ ବନ୍ଧୁକ ଜବତ ହୋଇଛି।

ଘଟଣା ଅନୁସାରେ, ଝାରସୁଗୁଡ଼ା ଜିଲ୍ଲା  ଭଷ୍ମା ଥାନା ସରଧାପାଲି ନିକଟ ଗୁଲଠାରେ ରହି ଛେଳି ବେପାର କରୁଥିବା ପ୍ରଭାତ ନିଜ ବାଇକ୍‌ (ଓଡି ୧୬ ଜି ୭୩୬୧)ରେ ଘରୁ ବାହାରି ନିକଟସ୍ଥ ଗାଁରେ ଅଧ ରାତି ଯାଏଁ ହାଣ୍ଡିପାନି ବଜାରକୁ ଯିବା ପାଇଁ ମୂଲିଆ ଖୋଜିଥିଲେ। ୧୩ ତାରିଖ ଭୋରରୁ ୨ ଜଣ ମୂଲିଆଙ୍କ ସହ ବାଇକରେ ହାଣ୍ଡିପାନି ଛେଳି କିଣିବାକୁ ଯାଉଥିଲେ। ସୁରୁଗୁଡ଼ା-ଛଟେନପାଲି ତାରିଣୀ ମନ୍ଦିର ନିକଟରେ ୩ ଜଣ ହେଲମେଟ ପିନ୍ଧା ଅଜ୍ଞାତ ଦୁର୍ବୃତ୍ତ ବାଇକରେ ଆସି ପ୍ରଭାତଙ୍କ ବାଇକକୁ ଧକ୍କା ଦେଇଥିଲେ। ଫଳରେ ବାଇକ୍ ସହ ପ୍ରଭାତ ଓ ୨ ମୂଲିଆ ତଳେ ଛିଟକି ପଡ଼ି ଯାଇଥିଲେ। ବେପାରୀ ପ୍ରଭାତ ଏମାନେ ଲୁଟେରା ବୋଲି ଜାଣିବା ପରେ ଟଙ୍କା ମୁଣି ଧରି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ ବନ୍ଧୁକ ବାହାର କରି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିଟି ପ୍ରଭାତଙ୍କ ଛାତିରେ ଗଳି ଯାଇଥିବାବେଳେ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣ ଚାଲିଯାଇଥିଲା। ଏହାପରେ ଦୁର୍ବୃତ୍ତମାନେ ମୃତକଙ୍କ ହାତରୁ ଟଙ୍କାମୁଣି ନେଇ ଫେରାର ହୋଇଯାଇଥିଲେ।

ad-week
Leave A Reply

Your email address will not be published.