ମେ ୧ ତାରିଖରେ ବିଜେପି କେନ୍ଦ୍ରୀୟ ଅନୁଧ୍ୟାନ କମିଟିର ସମ୍ବଲପୁର ଗସ୍ତ

add-all

ଝାରସୁଗୁଡ଼ା: ସମ୍ବଲପୁର ହନୁମାନ ଜୟନ୍ତୀ ହିଂସାର ଅନୁଧ୍ୟାନ ପାଇଁ ମେ ୧ ତାରିଖରେ ବିଜେପିର କେନ୍ଦ୍ରୀୟ ଅନୁଧ୍ୟାନ କମିଟି ସମ୍ବଲପୁର ଗସ୍ତରେ ଆସିବେ ବୋଲି ଜଣାଯାଇଛି। ଏନେଇ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାଂସଦ ବ୍ରଜରାଜଙ୍କ ନେତୃତ୍ବରେ ଗଠିତ ୪ ଜଣିଆ କମିଟି ୨ ତାରିଖରେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ। ସେମାନେ ମୃତ ଚନ୍ଦ୍ରମଣି ମିର୍ଦ୍ଧାଙ୍କ ଗାଁ ଓ ଘରକୁ ଯାଇ ମଧ୍ୟ ଆଲୋଚନା କରିବେ।

ସୂଚନାଯୋଗ୍ୟ, ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ପାଇଁ ବିଜେପି ୪ ଜଣିଆ ଯାଞ୍ଚ ଟିମ୍‌ ଗଠନ କରିଛି। ହିଂସା ଘଟଣା ଉପରେ ଦୁଃଖ ପ୍ରକାଶ କରିବା ସହ ବିଜେପି ଜାତୀୟ ସଭାପତି ଜେ.ପି ନଡ୍ଡା ଏହି କମିଟି ଗଠନ କରିଛନ୍ତି। କମିଟିରେ ଉତ୍ତରପ୍ରଦେଶ ରାଜ୍ୟସଭା ସାଂସଦ ବ୍ରିଜଲାଲ, ଝାଡ଼ଖଣ୍ଡ ରାଜ୍ୟସଭା ସାଂସଦ ସମୀର ଓରାଓଁ ଓ ଆଦିତ୍ୟ ସାହୁ ଏବଂ ପଶ୍ଚିମବଙ୍ଗ ପୁରୁଳିଆ ସାଂସଦ ଜ୍ୟୋତିର୍ମୟ ସିଂ ମହତୋ ସଦସ୍ୟ ରହିଛନ୍ତି। ୪ ଜଣିଆ ଟିମ୍‌ ସମ୍ବଲପୁର ଗସ୍ତ କରି ଘଟଣାର ଟିକିନିଖି ତଦନ୍ତ କରିବେ। ଟିମ୍‌ ତଥ୍ୟ ସମ୍ବଳିତ ରିପୋର୍ଟ ଶ୍ରୀ ନଡ୍ଡାଙ୍କୁ ପ୍ରଦାନ କରିବ।

ଉଲ୍ଲେଖଯୋଗ୍ୟ ଏହି ହିଂସା ଘଟଣାରେ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ଘଟଣାର ସରଜମିନ ତଦନ୍ତ ପାଇଁ ଜାତୀୟ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। ଏହି ଘଟଣାରେ ଏନ୍‌ଆଇଏ ଦ୍ବାରା କରିବା ପାଇଁ ମଧ୍ୟ ରାଜ୍ୟ ବିଜେପି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପତ୍ର ଲେଖିଛି।

ad-week
Leave A Reply

Your email address will not be published.