ଯୁବକଙ୍କ ବେକକୁ ଚୋଟ ପକାଇ ଦୁର୍ବୃତ୍ତ ଫେରାର

add-all

ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଆମ୍ବେଦକର ନଗରରେ ଜଣେ ବ୍ୟକ୍ତିଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସୁବାଷ ମହାନନ୍ଦ। ସୁବାଷ ଗତକାଲି ରାତି ଘରେ ଥିବା ସମୟରେ କୌଣସି ଏକ କାରଣକୁ ନେଇ ତାଙ୍କ ସ୍ତ୍ରୀ ଙ୍କ ସହ ଝଗଡା ହୋଇଥିଲା।ଏହି ସମୟରେ ଜଣେ ଯୁବକ ସୁମିତ କରାଳି ଝଗଡା ନକରିବାକୁ କହିଥିଲା।  ସୁବାଷ ସୁମିତକୁ ମଧ୍ୟ ଗାଳି ଦେବା ସହ ମାଡିପିଟ କରିଥିଲେ।

ସୁମିତ ଏକ ଧାରୁଆ ଅସ୍ତ୍ରରେ ସୁବାଷଙ୍କ ବେକ ପଛ ପଟେ ଚୋଟ ମାରିଥିଲା। ଯାହାଫଳରେ ସୁବାଷ ଗୁରୁତର ଆହତ ହୋଇ ସଦର ମେଡ଼ିକାଲରେ ଭର୍ତ୍ତି ହେଇଛନ୍ତି । ସେପଟେ ଏନେଇ ଧନୁପାଲି ଥାନା ତଦନ୍ତ ଆରମ୍ଭ କରିଛନ୍ତି । ସୁମିତ ଆକ୍ରମଣ କରି ଫେରାର ଥିବା ପୋଲିସ ସୂଚନା ଦେଇଛି ।

ad-week
Leave A Reply

Your email address will not be published.