ବାପାକୁ ଲୁହା ରଡ୍‌ରେ ପିଟି ମାରି ଦେଲା ପୁଅ…

add-all

କଟକ // ଆଠଗଡ : ନିଶା ସେବନ ପାଇଁ ଟଙ୍କା ନଦେବାରୁ ବୃଦ୍ଧ ବାପାକୁ ପିଟି ପିଟି ମାରି ଦେଲା ପୁଅ। କଟକ ଜିଲ୍ଲା ଆଠଗଡ଼ ଥାନା ବେଣ୍ଟପଦା ଗାଁରେ ଘଟିଛି ଏହି ଘଟଣା। ମୃତକଙ୍କ ନାଁ ବାଲୁଙ୍କେଶ୍ୱର ମହାନ୍ତି (୭୫)। ଅଭିଯୁକ୍ତଙ୍କ ନାଁ ଅପର୍ତି ମହାନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଅପର୍ତି ସବୁ ବେଳେ ନିଶା ସେବନ କରନ୍ତି। ବିଭିନ୍ନ ସମୟର ବାପାଙ୍କ ଠାରୁ ପଇସା ନେଇ ସେ ନିଶା ସେବନ କରନ୍ତି। ଗତକାଲି ମଧ୍ୟ ସେ ନିଶା ଖାଇବା ପାଇଁ ବାପା ବାଲୁଙ୍କେଶ୍ୱରଙ୍କୁ ଟଙ୍କା ମାଗିଥିଲେ। ହେଲେ ବାପା ଟଙ୍କା ନଦେବାରୁ ସେ ରାଗି ଯାଇଥିଲେ। ସେହି ରାଗ ରଖି ଗତକାଲି ବିଳମ୍ବିତ ରାତିରେ ସେ ତାଙ୍କ ବାପାଙ୍କୁ ଏକ ଲୁହା ରଡ୍‌ରେ ପିଟି ମାରି ଦେଇଥିଲେ। ପୁଲିସ୍ ଅପର୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି।

ad-week
Leave A Reply

Your email address will not be published.