ଗଛରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

add-all

ପାଟଣାଗଡ଼: ପାଟଣାଗଡ଼ – କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାର ଗଙ୍ଗାସାଗର ନିକଟରେ ଥିବା ଏକ ପଳାସ ଗଛରେ ଜଣେ ଯୁବତୀଙ୍କ ମୃତଦେହ ଠାବ କରାଯାଇଛି। ଗଙ୍ଗାସାଗର ଗ୍ରାମର କିଛି ଲୋକ ଜମିକୁ  ଶୌଚ କରିବାକୁ ଯାଇଥିବା ବେଳେ ଯୁବତୀଜଣକ ଏକ ପଳାସ ଗଛରେ ନିଜ ଓଢଣିରେ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ବର୍ତ୍ତମାନ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଯୁବତୀ ଜଣକ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ନିକଟରେ ତାଙ୍କ ଭ୍ୟାନିଟି ବ୍ୟାଗ ଓ ମୋବାଇଲ ଫୋନ ରହିଥିବା ଦେଖିବାକୁ ମିଳିଛି। ସେହିପରିରାସ୍ତାରେ ଏକ ସ୍କୁଟି ରହିଥିବା ଦେଖିବାକୁ ମିଳିଛି। ପ୍ରାଥମିକ ତଦନ୍ତରୁ ଯୁବତୀଜଣକ ପାଟଣାଗଡ଼ ଜବାହାରଲାଲ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଛାତ୍ରୀ ଓ ତାଙ୍କ ନାମ ରଞ୍ଜୁ ଦଣ୍ଡସେନା ବୋଲି ଜଣାପଡ଼ିଛି। ବଲାଙ୍ଗୀର ରୁ ସାଇଣ୍ଟିଫିକ ଟିମ ପହଞ୍ଚିଲେ ମୃତଦେହ ଓହ୍ଲାଇବ ବୋଲି ଜଣାପଡ଼ିଛି। ଅପରପକ୍ଷରେ ମୃତଦେହର ପାଦ ମାଟିରେ ଲାଗିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ପରିବାରବର୍ଗ ପହଞ୍ଚିଥିବା ବେଳେ ମୃତ ଯୁବତୀ ରଞ୍ଜୁ ଚୁଡାପାଲି ନିକଟସ୍ଥ ଡୁମେରପଦରର ବୋଲି ଜଣାପଡ଼ିଛି।

ad-week
Leave A Reply

Your email address will not be published.