ରାଜଧାନୀରେ ଏକ ଆପାର୍ଟମେଣ୍ଟରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର

add-all

ଭୁବନେଶ୍ୱର : ବନ୍ଦ ଘରେ ବୃଦ୍ଧାଙ୍କ ମୃତଦେହ । ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ଥାନା N2 ସ୍ଥିତ ଏକ ଆପାର୍ଟମେଣ୍ଟରୁ ମିଳିଛି ଗଳିତ ମୃତଦେହ । ମୃତକଙ୍କ ନାଁ ରାଜଶ୍ରୀ ପରିଡା ଓ ବୟସ ୭୫ ବର୍ଷ। କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ତାଙ୍କୁ ହତ୍ୟା କରାଯାଇଛି ନା ସ୍ୱାଭାବିକ ମୃତ୍ୟୁ ସେନେଇ ଜଣାପଡିନି।

ବୃଦ୍ଧା ଜଣକ ତାଙ୍କ ପୁଅଙ୍କ ସହ ଏହି ଆପାର୍ଟମେଣ୍ଟରେ ରହୁଥିଲେ। ଆଜି ସକାଳୁ ବନ୍ଦ ଘରୁ ଦୁର୍ଗନ୍ଧ ବାହାରିବାରୁ ପୋଲିସକୁ ଖବର ଦେଇଥିଲେ ପାଖ ପଡୋଶୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଥିଲା। ତେବେ ପୁଅ ମାନସିକ ଭିନ୍ନକ୍ଷମ ହୋଇଥିବାରୁ ସେ କିଛି ଜାଣିପାରିନଥିବା ପୋଲିସ ସୂଚନା ଦେଇଛି। ନୟାପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.