ପୁଅର ମୃତ୍ୟୁ ଶୁଣି ଚାଲିଗଲା ବାପାଙ୍କ ଜୀବନ

add-all

ତରଭା: ସୋନପୁର ଜିଲ୍ଲା ତରଭାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତରଭାରେ ମାଲିପଡ଼ାରେ ଏକାସାଙ୍ଗେ ଶଶ୍ମାନରେ ଜଳିଛି ବାପା-ପୁଅଙ୍କ ଶବ।

ସୂଚନା ଅନୁସାରେ, ତରଭାର ଆଦିକନ୍ଦ ସା ଅଚାନକ ଅସୁସ୍ଥ ହୋଇପଡ଼ିବାରୁ ପୁଅ ଆର୍ତ୍ତତ୍ରାଣ ସା ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ନେଇଥିଲେ। ବାପାଙ୍କ ଚିକିତ୍ସା ଚାଲିଥିବା ସମୟରେ ଅଚାନକ ପୁଅ ଆର୍ତ୍ତତ୍ରାଣ ଅସ୍ୱାଭାବିକତା ଅନୁଭବ କରିଥିଲେ। ଡାକ୍ତର ତାଙ୍କର ଚିକିତ୍ସା କରୁଥିବା ବେଳେ ଆର୍ତ୍ତତ୍ରାଣଙ୍କ ମୃତ୍ୟୁ ହୋଇଯାଇଥିଲା। ପୁଅର ମୃତ୍ୟୁ ଖବର ଶୁଣିବା ପରେ ଅଚାନକ ତଳେ ପଡ଼ିଯାଇଥିଲେ ବାପା ଆଦିକନ୍ଦ। ଆଉ ସେଠି ତାଙ୍କର ବି ମୃତ୍ୟୁ ହୋଇଥିଲା। ତରଭାରେ ମୃତଦେହ ପହଞ୍ଚିବା ପରେ ଗୋଟିଏ ଶଶ୍ମାନରେ ବାପା-ପୁଅଙ୍କ ଜୁଇ ଜଳିଛି । ଏହି ଖବର ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ad-week
Leave A Reply

Your email address will not be published.