ଝାରସୁଗୁଡ଼ା ଉପନିର୍ବାଚନ: ସକାଳେ କଂଗ୍ରେସ ସଭାପତିଙ୍କ ଇସ୍ତଫା, ସନ୍ଧ୍ୟାରେ ପ୍ରତ୍ୟାହାର

add-all

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ ଦଳୀୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଆଜି ସକାଳେ ନିଜ ପଦରୁ ଇସ୍ତଫା ଦେଇଥିବା ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର ସନ୍ଧ୍ୟାରେ ନିଜର ଇସ୍ତଫା ପତ୍ର ପ୍ରତ୍ୟାହାର କରିଛନ୍ତି। ଝାରସୁଗୁଡାର ଏକ ଘରୋଇ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ଅଶୋକ ମିଶ୍ର ଆଜି ସନ୍ଧ୍ୟାରେ ଏହି ସୂଚନା ଦେଇଛନ୍ତି।

ନିଜର ଇସ୍ତଫା ପତ୍ର ପ୍ରତ୍ୟାହାର କରିବାପରେ ପୁଣି ଜିଲ୍ଲା କଂଗ୍ରେସର ସଭାପତି ଦାୟିତ୍ୱ ତୁଲାଇବେ ବୋଲି ସେ କହିଛନ୍ତି। ନିର୍ବାଚନ ରାଣାଙ୍ଗନରେ କଂଗ୍ରେସର ରଣନୀତିକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ସେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ତେବେ ଦଳୀୟ ସମଧାନ ଓ ପିସିସି ସଭାପତିଙ୍କ ସହ ଆଲୋଚନା ପରେ ନିଜର ଇସ୍ତଫା ପତ୍ର ପ୍ରତ୍ୟହାର କରିଥିବା କହିଛନ୍ତି ଅଶୋକ ମିଶ୍ର।
ଏହାସହ ଆଜିର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନିଜର ନିର୍ବାଚନ ମୁଦ୍ଦା ବିଷୟରେ କହିଛି। ସ୍ଥାନୀୟ ବେକାରୀ ସଦସ୍ୟା, ଜିଲ୍ଲାରେ ଦେଖାଦେଇଥିବା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ସମେତ ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ବାଟବଣା ହୋଇଥିବା ବେଳେ ଏ ସମସ୍ତ ସମସ୍ୟାର ସମାଧାନ କରିବା ହିଁ ମୂଳ ମୁଦ୍ଦା ବୋଲି ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ଦେବତା କହିଛନ୍ତି।
ସେ ବିଜେପି ପ୍ରାର୍ଥୀଙ୍କ ସାଧୁତା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଦିନେ ଟଙ୍କଧର ତ୍ରିପାଠୀ ସୁନ୍ଦରଗଡ଼ରେ ଝାରସୁଗୁଡା ପିଲାଙ୍କ ନିଯୁକ୍ତିକୁ ବିରୋଧ କରିଥିଲେ। କିନ୍ତୁ ଆଜି ସେ କିପରି ଝାରସୁଗୁଡାରୁ ନିର୍ବାଚନ ଲଢୁଛନ୍ତି ? ତାହାର ଉତ୍ତର ରଖନ୍ତୁ। ବିଜେଡିକୁ ଟାଗେଟ କରି ସେ କହିଛନ୍ତି, ଏହି ଦଳ ଶାସନରେ ଥିବା ସମୟରେ ହିଁ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଛି। ତେଣୁ ଲୋକେ ନିଶ୍ଚିତ ନିର୍ଣ୍ଣାୟକ ଭୋଟ ଦେବେ।

ad-week
Leave A Reply

Your email address will not be published.