ବିଲ ମଧ୍ୟରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର – ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ…!

add-all


ହିଞ୍ଜିଳିକାଟୁ ୨।୫। ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ମକରଝୋଳ ଗ୍ରାମ ରୋଡ ନିକଟ ବିଲ ମଝିରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଜଣେ ଗାଈ ଚରାଳି ବିଲ ମଝିରେ ଜଣେ ମହିଳାଙ୍କ କ୍ଷତବୀକ୍ଷତ ଅର୍ଦ୍ଧ ଉଲଗ୍ନ ମୃତଦେହ ପଡିଥିବା ଦେଖିଥିଲେ । ସଙ୍ଗେ ସଙ୍ଗେ ସେ ମକରଝୋଳ ଗ୍ରାମ ବାସୀ ଙ୍କୁ ଜଣାଇବା ପରେ ଗ୍ରାମ ସମିତି ସଭ୍ୟ ଜି ମୋହନ ଏ ନେଇ ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ । ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ସହ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରୁଛି । ମୃତ ମହିଳାଙ୍କ ଦେହରେ ଅନେକ କ୍ଷତ ଥିବା ବେଳେ କେହି ଦୁର୍ବୃତ୍ତ ଦୁଷ୍କର୍ମ କରିବା ପରେ ବେକରେ ଚୁନି ଲଗେଇ ଚିପି ହତ୍ୟା କରିଥିବା ସନ୍ଦେହ କରା ଯାଉଛି ।ଦୁଇ ରୁ ଅଧିକ ଲୋକ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ କେହି ମାରି ଏଠାରେ ଫୋପାଡି ଦେଇଥିବା ପୋଲିସ କହିଛି। ତେବେ ଏ ନେଇ ପୁଲିସ ତଦନ୍ତ କରୁଛି ଆଉ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା କଣ ତାହା ଜଣା ପଡିବ ବୋଲି ହିଞିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.