ଦେବାଳିଆ ହେଲା ଗୋ-ଫାଷ୍ଟ୍, ମେ’ ୩ ଓ ୪ ପାଇଁ ସମସ୍ତ ବିମାନ ଉଡ଼ାଣ ବାତିଲ

add-all

ନୂଆଦିଲ୍ଲୀ: ଆଗାମୀ ୨ଦିନ ପାଇଁ ଉଡାଣ ବନ୍ଦ ଘୋଷଣା କଲା ଗୋଫାଷ୍ଟ ଏୟାରଲାଇନ୍ସ। ଗୋଫାଷ୍ଟ ସିଇଓ କୌଶିକ ଖୋନାଙ୍କ ଅନୁଯାୟୀ, ପାଣ୍ଠିର ଅଭାବ ହେତୁ ମେ’ ୩ ଓ ୪ରେ ବିମାନ ଉଡ଼ାଣ ସାମୟିକ ଭାବେ ସ୍ଥଗିତ ରହିବ। ଗୋଫାଷ୍ଟକୁ ଦେବାଳିଆ ଘୋଷଣା କରିବାକୁ ଆମେ ନ୍ୟାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲଙ୍କ ନିକଟରେ ଆବେଦନ କରିଛୁ।
ପ୍ରାଟ୍ ଆଣ୍ଡ୍ ହ୍ବିଟନି ( ପି ଆଣ୍ଡ୍ ଡବ୍ଲ୍ୟୁ) ଠିକ ସମୟରେ ଇଞ୍ଜିନ୍ ଯୋଗାଣ ନକରିବା କାରଣରୁ ଗୋଫାଷ୍ଟ ୨୮ଟି ବିମାନ ଉଡ଼ାଣ କରି ନପାରି ଠିଆ ହୋଇ ରହିଛି। ଏହି କାରଣରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି ଏୟାର ଲାଇନ୍ସ। ଏଥି ସହିତ, ଗୋଫାଷ୍ଟ ଏୟାରଲାଇନ୍ସର ୬୦ପ୍ରତିଶତରୁ ଅଧିକ ବିମାନର ଉଡ଼ାଣ ବନ୍ଦ କରାଯାଇଛି ବୋଲି ସୂତ୍ରରୁ ଜଣାପଡ଼ିଛି। ଏଥିପାଇଁ ଅନେକ ରୁଟରେ ବିମାନ ବୁକିଂ ବାତିଲ କରାଯାଉଛି।
ହଠାତ୍ ଏୟ‌ାରଲାଇନର ଏଭଳି ନିଷ୍ପତ୍ତି ପାଇଁ ଟିକେଟ ବୁକ୍ କରିଥିବା ଯାତ୍ରୀ ସୋସିଆଲ ମିଡିଆରେ ବିରକ୍ତି ପ୍ରକାଶ କରିଛନ୍ତି। ଜଣେ ଯାତ୍ରୀ ଟ୍ବିଟ କରି କହିଛନ୍ତି ଯେ, ଗୋଫାଷ୍ଟରେ ଟିକେଟ ବୁକ୍ କରିବା ପରେ ଉଡ଼ାଣର ଗୋଟିଏ ଦିନ ପୂର୍ବରୁ ସେମାନେ ଟିକେଟ ବାତିଲ କରିଛନ୍ତି। ମୋତେ ଟଙ୍କା ଫେରସ୍ତ ମିଳିବ ବୋଲି କମ୍ପାନି କହିଛି। ଏବେ ମୁଁ ସେହି ଟଙ୍କାକୁ ନେଇ ଅନ୍ୟ କମ୍ପାନିର ବିମାନ ଟିକେଟ କଲେ ମୋତେ ଆହୁରି ଦୁଇଗୁଣ ଟଙ୍କା ଦେବାକୁ ହେବ। ଗୋଫାଷ୍ଟର ଏଭଳି ନିଷ୍ପତ୍ତି ମୋ ଛୁଟିକୁ ଖରାପ କରିଛି।
ଅନ୍ୟଜଣେ ବ୍ୟବହାରକାରୀ ଲେଖିଛନ୍ତି, ସବୁଠାରୁ ଖରାପ ବିମାନ ସେବା, ସବୁ ସମୟରେ ବିମାନ ବିଳମ୍ବ କିମ୍ବା ବାତିଲ କରୁଛି ଗୋଫାଷ୍ଟ।

ad-week
Leave A Reply

Your email address will not be published.