ପୁଣି ପଡ଼ିଆ ଭିତରେ ବିରାଟ୍ ଓ ଗମ୍ଭୀରଙ୍କ ବାକ୍-ଯୁଦ୍ଧ, ଦୁହିଁଙ୍କ ଶତପ୍ରତିଶତ ମ୍ୟାଚ୍-ଫି କଟିଲା

add-all

ଲକ୍ଷ୍ନୌ: ଗତକାଲି ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ନୌ –ବାଙ୍ଗାଲୋର ଆଇପିଏଲ୍ ମ୍ୟାଚ ପରେ ପୁଣି ଥରେ ବିରାଟ କ‌ୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଛି। ଏହି ମ୍ୟାଚରେ ଆରସିବି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ହରାଇବା ପରେ ବିରାଟ ଓ ଲକ୍ଷ୍ନୌ ମେଣ୍ଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡ଼ିଆ ଭିତରେ ଉତ୍ତେଜନାମୂଳକ କଥାବାର୍ତ୍ତା ହୋଇଥିଲା। ମ୍ୟାଚ ପରେ ପରେ ଏହି ଦୁଇ ଜଣଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବାକ୍-ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଅବଶ୍ୟ ଘଟଣାସ୍ଥଳରେ ଥିବା ଅମିତ ମିଶ୍ର, ବାଙ୍ଗାଲୋର କ୍ୟାପଟେନ୍ ଫାପ୍ ଡୁ ପ୍ଲେସିସ୍ ଓ ଲକ୍ଷ୍ନୌ କୋଚ୍ ବିଜୟ ଦାହିୟା ଦୁହିଁଙ୍କୁ ଅଲଗା କରିଦେଇଥିଲେ। ବାଙ୍ଗାଲୋରଠାରୁ ଲକ୍ଷ୍ନୌ ହାରିଯିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।
ତେବେ ଏହି ଘଟଣାରେ ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ଅନୁସାରେ ଦୁଇ ଖେଳାଳିଙ୍କୁ ଜରିମାନା କରାଯାଇଛି। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ମେଣ୍ଟର ଗୌତମ ଗମ୍ଭୀରଙ୍କ ଶତପ୍ରତିଶତ ମ୍ୟାଚଫି କାଟି ଦିଆଯାଇଛି। ସେହିପରି ଆରସିବି ବ୍ୟାଟର ବିରାଟ କୋହଲିଙ୍କର ମଧ୍ୟ ଶତପ୍ରତିଶତ ମ୍ୟାଚଫି କଟାଯାଇଛି। ଦୁହେଁ ଆଇପିଏଲ୍ କୋଡ ଅଫ୍ କଣ୍ଡକ୍ଟର ଧାରା ୨-୨୧ ଅନ୍ତର୍ଗତ ଲେଭଲ୍ -୨ ଅବମାନନା କରିଥିବା ସ୍ବୀକାର କରିଛନ୍ତି। ସେହିପରି ଏହି ଘଟଣାରେ ‌ଲକ୍ଷ୍ନୌର ବୋଲର ନବୀନ୍-ଉଲ୍-ହକଙ୍କର ୫୦ ପ୍ରତିଶତ ମ୍ୟାଚ ଫି କଟାଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୧୩ ମସିହାରେ ଆଇପିଏଲ୍ ମ୍ୟାଚ ସମୟରେ ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ଜୋରଦାର ବାକ୍-ଯୁଦ୍ଧ ହୋଇଥିଲା। ସେତେବେଳେ ଗୌତମ ଗମ୍ଭୀର କୋଲକାତା ନାଇଟ୍ ରାଇଡର୍ସର କ୍ୟାପଟେନ୍ ଥିବା ବେଳେ ବିରାଟ୍ ଆରସିବିର କ୍ୟାପଟେନ୍ ଥିଲେ। ଏହି ଘଟଣାର କିଛି ବର୍ଷ ପରେ ଗମ୍ଭୀର ଓ ବିରାଟଙ୍କୁ ପରସ୍ପର ସହ ହସଖୁସି କରୁଥିବା ବି ଦେଖିବାକୁ ମିଳିଥିଲା।

ad-week
Leave A Reply

Your email address will not be published.