ବିନା ସୂଚନା ଫଳକରେ ଚାଲିଛି କଲଭର୍ଟ ନିର୍ମାଣ

add-all

ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ୍ ତୁରୁଡିହି ପଞ୍ଚାଏତ ଅନ୍ତର୍ଗତ ପୋରବେଲା ୧ ନମ୍ବର ଡିଏନକେ ଗ୍ରାମ ମଝିରେ ବିନା ଫଳକ ନାମାରେ ଚାଲୁଛି କଲଭର୍ଟ ନିର୍ମାଣ କାର୍ଯ୍ୟ ଏବଂଏହି କାର୍ଯ୍ୟଟି ପ୍ରଗତିରେ ରହିଛି। କଲଭର୍ଟର ନିର୍ମାଣ କାର୍ଯ୍ୟ ଅତିରୁ ଅତି ନିମ୍ନମାନର ହେଉଅଛି କହି ଗ୍ରାମର ଲୋକମାନେ ଅଭିଯୋଗ କରିଛି l ଉନ୍ନତି ମୂଳକ କାର୍ଯ୍ୟ ଗୁଡ଼ିକର ସରକାରୀ ବାବୁଙ୍କ ତଦାରଖ ଅଭାବ ଓ ଅନଦେଖାରୁ ଏହି ପରି ନିର୍ମମାଣର କାର୍ଯ୍ୟ ହେଉଛି ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି l କଲଭର୍ଟ ଟିର
ଯୋଡ଼େଇ ଏବଂ ସାଇଡ୍ ୱାଲ୍‌ ନିର୍ମାଣ ନିମ୍ନମାନର ଓ ଏହି କାମରେ କାଦୁଅ ମିଶ୍ରିତ ବାଲି ସହିତ ସିମେଣ୍ଟ ବ୍ୟବହାର କରି ଭାଗ ମାପରେ କିଛି ତାର ତମ୍ବ ନ ଥାଇ ଏକ ଅନିୟମିତତା ଦେଖା ଦେଇଛି କହି ପୋରବେଳା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ କଲଭର୍ଟ ଗୁଡ଼ିକର ସ୍ଥାୟୀତ୍ବକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଭାଗୀୟ ଯନ୍ତ୍ରୀ ପ୍ରାୟ ସମୟରେ କାମର ତଦାରଖ କରିପାରୁ ନଥିବାରୁ ସମ୍ପୃକ୍ତ ଠିକାଦାର ଏହାର ଫାଇଦା ଉଠାଇ ଜେନ ତେନ ପ୍ରକାରେ କାମ ସାରି ଦେବାକୁ ବସିଛନ୍ତି। ଏହି ରାସ୍ତାର କଲଭର୍ଟ ଟି ଯୋଉଁ ଜାଗାରେ ତିଆରି ହେଉଛି ତାହା ଗ୍ରାମର ଗୋଟିଏ ମୁଖ୍ୟ ରାସ୍ତା ହେଇ ଥିବାରୁ ଲୋକେ ଏହି ରାସ୍ତା କୁ ନିର୍ଭର କରିବା ସହିତ ସଦା ସର୍ବଦା ଚଳଚଞ୍ଚଳ ରହୁଛି । ଏଭଳି ପରିସ୍ଥିତିରେ କଲଭର୍ଟ ଗୁଡ଼ିକ ସଠିକ୍ ଭାବେ ନିର୍ମାଣ ନ ହେଲେ ଅଳ୍ପ ଦିନ ମଧ୍ୟରେ ନଷ୍ଟ ହେବାର ସମ୍ଭାବନା ରହିଛି।
ପ୍ରକାଶ ଥାଉକି, ଏହି କଲଭର୍ଟ ଟି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ କଲଭର୍ଟ ଟିର ସ୍ଥାୟୀତ୍ବ ଉପରେ ଗୁରୁତ୍ବ ଦେବାକୁ ଗ୍ରାମବାସୀ ସହିତ ଆଖ ପାଖ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

ad-week
Leave A Reply

Your email address will not be published.