ଜଙ୍ଗଲରେ ନିଆଁ ଲଗାଇ ୱାର୍ଡ ମେମ୍ବର ସମେତ ୨ ଗିରଫ…

add-all

ଦାରିଙ୍ଗବାଡି (୨/୫) : ଜଙ୍ଗଲରେ ନିଆଁ ଲଗାଉ ଥିବା ବେଳେ ୨ଜଣ ଦୁବୃର୍ତ୍ତଙ୍କୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବା ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ସୂଚନା ଦେଇଛନ୍ତି । ଗିରଫ ଦୁଇ ଜଣ ହେଲେ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଶ୍ରାକିପାଙ୍ଗା ଗ୍ରାମର ୱାର୍ଡ ମେମ୍ବର ଜିସାୟ ପ୍ରଧାନ ଓ ଆତିନବାଡ଼ି ଗ୍ରାମର ରୋହିତ ପ୍ରଧାନ। ବନବିଭାଗ ସୂଚନା ପ୍ରକାରେ ସୋମବାର ଦିନ ମଧ୍ୟାହ୍ନ ସମୟରେ ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆଙ୍କ ତତ୍ୱାବଧାନ କ୍ରମେ ଦାରିଙ୍ଗବାଡି ବନପାଳ ପ୍ରସନ୍ନ ପାତ୍ର, ସିମନବାଡ଼ି ବନପାଳ ରବି ମୋହନ ନାୟକ, ବନରକ୍ଷୀ ରୁପିଙ୍ଗା ମଲିକ, ବିଜୟାନନ୍ଦ ସେଠୀ ପ୍ରମୁଖ ଜଙ୍ଗଲରେ ପେଟ୍ରୋଲିଙ୍ଗ କରିବା ସମୟରେ ଜିଶାୟ ଓ ରୋହିତ କୋଟଗଡ ଅଭୟାରଣ୍ୟ ଅନ୍ତର୍ଗତ ଶ୍ରାକିପାଙ୍ଗା ପାହାଡ଼ରେ ନିଆଁ ଲଗାଉଥିଲେ। ବନ ବିଭାଗର କର୍ମଚାରୀ ଏହା ଦେଖି ୨ ଜଣଙ୍କୁ ଘଟଣା ସ୍ଥଳରୁ ଗିରଫ କରିଥିଲେ। ଏନେଇ ମାମଲା ନମ୍ବର ୧୨/୨୦୨୩-୨୪ ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଥିବା ବିଭାଗ ସୂଚନା ଦେଇଛି।

ad-week
Leave A Reply

Your email address will not be published.