ଗାଜାର ହମାସ୍‌ କ୍ୟାମ୍ପ୍‌ରେ ଆକ୍ରମଣ କଲା ଇସ୍ରାଏଲୀୟ ଜେଟ୍‌

add-all

ଜେରୁଜେଲମ୍‌: ଇସ୍ରାଏଲୀୟ ହାଜତରେ ଜଣେ ପାଲେଷ୍ଟାଇନୀୟ ଅନଶନକାରୀଙ୍କ ମୃତ୍ୟୁ ଯୋଗୁଁ ସଂଘର୍ଷ ତୀବ୍ରତର ହୋଇଥିବା ବେଳେ  ଆଜି ପ୍ରତ୍ୟୁଷରୁ ଗାଜାର ହମାସ୍‌ରେ ଇସ୍ରାଏଲ୍‌ ଲଢୁଆ ବିମାନଦ୍ବାରା ଆକ୍ରମଣ ଆରମ୍ଭ କରିଥିବା କଥା ନିଉଜ୍‌ ଏଜେନ୍‌ସି ‘ଏପିଏଫ୍‌’ ରିପୋର୍ଟ କରିଛି।

ଗାଜାରୁ ଇସ୍ରାଏଲୀୟ ସାଧାରଣ ନାଗରିକମାନଙ୍କ ଉପରକୁ କେତେଗୁଡ଼ିଏ ରକେଟ୍‌ ନିକ୍ଷେପ କରାଯିବା କଥା ଇସ୍ରାଏଲ୍‌ର ପ୍ରତିରକ୍ଷା ବଳ କହିବା ପରେ ‘ଏଏଫ୍‌ପି’ ଉପରୋକ୍ତ ରିପୋର୍ଟ ପ୍ରକାଶ କରିଛି।

ଗାଜା ଷ୍ଟ୍ରିପ୍‌ର କେତେକ ପ୍ରାନ୍ତରେ ବହୁବାର ବିମାନ ଆକ୍ରମଣ କରାଯାଇଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଥିବା ବ‌େଳେ ଇସ୍ରାଏଲୀୟ ସେନା ବି ସୁନିଶ୍ଚିତ କରିଛି ଯେ, ହମାସ୍‌ର ଟ୍ରେନିଙ୍ଗ୍‌ କ୍ୟାମ୍ପ୍‌ଗୁଡ଼ିକୁ ଟାର୍ଗେଟ୍‌ କରି ଆକ୍ରମଣ କରାଯାଇଛି।

ଟୁଇଟ୍‌ କରି ଇସ୍ରାଏଲ୍‌ ସେନା କହିଛି, ଇସ୍ରାଏଲୀୟ ସାଧାରଣ ନାଗରିକମାନଙ୍କ ଆଡ଼କୁ ଗାଜାରୁ ଡଜନାଧିକ ରକେଟ୍‌ ନିକ୍ଷେପ କରାଯିବାରୁ ଭୟଭୀତ ହୋଇ ସେମାନେ ବୋମା ଆଶ୍ରୟସ୍ଥଳକୁ ଧାଇଥିଲେ। ଆଜି ଇସ୍ରାଏଲ୍‌ରେ ଅନେକଙ୍କ ପାଇଁ ଏହାହିଁ ବାସ୍ତବତା।

ଦିନ ସାରା ଗାଜାରୁ ହୋଇଥିବା ଆକ୍ରମଣର ପ୍ରତ୍ୟୁତ୍ତରରେ ଲଢୁଆ ବିମାନ ଆକ୍ରମଣ କରାଯାଇଥିବା କଥା ଇସ୍ରାଏଲୀୟ ଅଧିକାରୀମାନେ କହିଛନ୍ତି।

ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଦକ୍ଷିଣାଞ୍ଚଳ ଇସ୍ରାଏଲ୍‌ରେ ୩୫ରୁ ଅଧିକ ରକେଟ୍‌ ନି‌କ୍ଷେପ କରି ଅନେକଙ୍କୁ ଆହତ କରାଯାଇଛି। ଏହି ଆକ୍ରମଣରେ ଜଣେ ଚୀନା ଶ୍ରମିକ ଆହତ ହୋଇଥିବା କଥା ବେଜିଙ୍ଗ୍‌ର ‘ସିନ୍‌ହୁଆ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ କରିଛି।

ad-week
Leave A Reply

Your email address will not be published.