ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ପୁଷ୍ପା-୨ ସିନେମା

add-all

ମାଲକାନଗିରି:ଓଡ଼ିଶାରେ ତେଲୁଗୁ ଫିଲ୍ମ ପୁଷ୍ପାର ଟିମ୍‌। ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ପୁଷ୍ପା-୨ ସିନେମା। ମାଲକାନଗିରିର ପୋଲୁରୁ ଠାରେ ସିନେମା ସୁଟିଂ ହେବାକୁ ଯାଉଛି। ଆଜି ପୁଷ୍ପାର ନିର୍ଦ୍ଦେଶକ ସୁକୁମାର ସୁଟିଂ ସେଟ ଚୟନ କରିବା ପାଇଁ ପୋଲୁରୁ ଅଞ୍ଚଳ ବୁଲି ଦେଖିଛନ୍ତି। ଏଠାକାର ପ୍ରାକୃତିକ ଦୃଶ୍ୟ ତାଙ୍କୁ ଏଠାରେ ଫିଲ୍ମ ସୁଟିଂ କରିବାକୁ ଆକୃଷ୍ଟ କରିଥିବା ସେ କହିଛନ୍ତି। ସୁଟିଂ ପାଇଁ ଉପଯୋଗୀ ସ୍ଥାନ ୩୦ଜଣିଆ ଟିମ୍‌ ସହ ବୁଲି ଦେଖିଛନ୍ତି। ଫିଲ୍ମର ଆସିଷ୍ଟାଣ୍ଟ ଡାଇରେକ୍‌ଟର ଏମ. ପ୍ରସାଦ ମଧ୍ୟ ଟିମ୍‌ରେ ରହିଛନ୍ତି।

ପୂର୍ବରୁ ସ୍ୱାଭିମାନ ଅଞ୍ଚଳରେ ପୁଷ୍ପା -୨ର ସୁଟିଂ ହେବ ବୋଲି କୁହାଯାଇଥିଲା। ମାଲକାନଗିରିରେ ସିନେମା ସୁଟିଂ ପାଇଁ ପ୍ରଡକ୍‌ସନ ଟିମ୍‌କୁ ଅନୁମତି ଦେବାକୁ ପୂର୍ବରୁ ଜିଲ୍ଲା ଏସପିଙ୍କୁ ଲିଖିତ ଅନୁରୋଧ କରିଛି। ସେପଟେ ପୋଲୁରୁ ଅଞ୍ଚଳରେ ପୁଷ୍ପା-୨ର ସୁଟିଂ ହେବାକୁ ଯାଉଥିବାରୁ ଅଞ୍ଚଳବାସୀ ବେଶ ଖୁସି ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.