‘ସମୟ ଆସିଲେ ଜବାବ ଦେବୁ’ ବିଲାୱଲ ଭୁଟ୍ଟୋଙ୍କ ବିବାଦୀୟ ବୟାନ ଉପରେ ସଫେଇ ଦେଲା ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ

add-all

ନୂଆଦିଲ୍ଲୀ: ଗୋଆରେ ଅନୁଷ୍ଠିତ ହୋଇଥିବା ଏସ୍‌ସିଓ ବିଦେଶ ମନ୍ତ୍ରୀଙ୍କ ବୈଠକରେ ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଯୋଗ ଦେଇଥିଲେ | ତେବେ ଏହି ଅବସରରେ ବିଲାୱଲ ଏକ ବିବାଦୀୟ ବୟାନ ଦେଇଥିଲେ | ଆଉ ଏହାକୁ ନେଇ ଅସନ୍ତୋଷ ତେଜିବା ପରେ ଏବେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ଏନେଇ ସଫେଇ ଦେଇଛି | ବାସ୍ତବରେ କଶ୍ମୀରରେ ଜି -୨୦ ବୈଠକ ଆୟୋଜନ କରିବା ପ୍ରଶ୍ନରେ ବିଲାୱଲ କହିଥିଲେ ଯେ ‘ସମୟ ଆସିଲେ ଉତ୍ତର ଦିଆଯିବ’।
ସାଂଘାଇ ସହଯୋଗ ସଂଗଠନ (ଏସସିଓ) ପରିଷଦ ବୈଠକରେ ଯୋଗଦେବା ପାଇଁ ଗୋଆରେ ପହଞ୍ଚିଥିବା ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜରଦାରୀ ଏହି ବିବାଦୀୟ ବିବୃତ୍ତି ଦେଇଥିଲେ। ଶ୍ରୀନଗରରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ବୈଠକକୁ ନେଇ ବିଲାୱଲ ଭୁଟ୍ଟୋ କହିଥିଲେ, ‘ଶ୍ରୀନଗରରେ କୌଣସି କାର୍ଯ୍ୟକ୍ରମ ଆୟୋଜନ କରିବା ଭାରତର ଅହଂକାରକୁ ଦର୍ଶାଉଛି। ସମୟ ଆସିଲେ ଏମିତି ଜବାବ ଦେବୁ ଯେ ଭାରତ ଏହାକୁ ମନେ ରଖିବ’ | ଏହି ଭିଡିଓ କ୍ଲିପ୍ ଭାଇରାଲ ହେବା ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି, “ନିକଟରେ ଭାରତ ଗସ୍ତ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜମ୍ମୁକଶ୍ମୀର ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆହ୍ୱାନ ଦେଇଥିଲେ । ଜାତିସଂଘ ସୁରକ୍ଷା ପରିଷଦର ନିଷ୍ପତ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଏହି ବୟାନ ଆନ୍ତର୍ଜାତୀୟ ଆଇନ ଉପରେ ଆଧାର କରି କହିଥିଲେ ।

ad-week
Leave A Reply

Your email address will not be published.