ପୋଲିସ ଗୁଳିରେ ଦୁଇ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ…

add-all

ମାଲକାନଗିରି: ଏନକାଉଣ୍ଟରରେ ଟଳିପଡିଲେ ୨ ନକ୍ସଲ। ଛତିଶଗଡ଼ ସୁକମା ଜିଲ୍ଲା ଭେଜି ଜଙ୍ଗଲରେ ଯବାନ-ମାଓବାଦୀ ମୁହାଁମୁହିଁ। ପୋଲିସ୍ ଗୁଳିରେ ଦୁଇ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଦୁଇ ଜଣଙ୍କ ନାଁରେ ୧୩ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। LOS କମାଣ୍ଡର ମଡକମ ନାଁରେ ୮ ଲକ୍ଷ ଓ ମହିଳା ମାଓବାଦୀ ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା। DRG ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି।

ଆଜି ସକାଳୁ DRG ଯବାନ ମାଓ ଅପରେସନ କରି ଫେରୁଥିବା ବେଳେ ଦନ୍ତେସପୁରମ୍‌ ଜଙ୍ଗଲରେ ମାଓବାଦୀମାନେ ଯବାନଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ। ପାଲଟା ଜବାବରେ ଯବାନମାନେ ମଧ୍ୟ ଫାୟାରିଂ କରିଥିଲେ। ଦୀର୍ଘ ସମୟ ଜଙ୍ଗଲ ମଧ୍ୟରେ ଗୁଳିବିନିମୟ ଜାରି ହୋଇଥିଲା। ଦୁଇ ନକ୍ସଲଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ।

ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ। ଏବେବି DRG ଏବଂ CRPF ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଜାରି ରହିଛି। ଦୁଇ ଦିନରେ ଏନକାଉଣ୍ଟରରେ ୪ ମାଓବାଦୀ ନିହତ ହେଲେଣି।

ad-week
Leave A Reply

Your email address will not be published.