ଲେଡିଜ୍‌ ହଷ୍ଟେଲରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣା: ବନ୍ଧା ହେଲେ ୩ ଅଭିଯୁକ୍ତ

add-all

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀରେ ଲେଡିଜ୍‌ ହଷ୍ଟେଲରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣାରେ ବନ୍ଧା ହେଲେ ତିନି ଅଭିଯୁକ୍ତ। ଗିରଫ ଅଭିଯୁକ୍ତ ସୋନୁ ଓରଫ ସନିଆ ଦାସ, ପିଙ୍କୁ ଓରଫ ଶଶିକାନ୍ତ ଭୋଇ ଓ ସଞ୍ଜୟ ବେହେରା। ୫ ତାରିଖ ସଂଧ୍ୟାରେ ହଷ୍ଟେଲର କିଛି ଯୁବତୀ ନିଜ ବନ୍ଧୁଙ୍କ ସହ କଥା ହେଉଥିବା ବେଳେ ସେମାନଙ୍କୁ ଟେକା ପକାଇଥିଲେ ଅଭିଯୁକ୍ତ। ଏମାନଙ୍କ ଘର ନୟାପଲ୍ଲୀ ଭୋଇ ସାହି ଅଞ୍ଚଳରେ ବୋଲି ପୋଲିସ କହିଛି। ଲେଡିଜ ହଷ୍ଟେଲରେ ଉପଦ୍ରବ କରିଥିବା ୧୦ଜଣ ଜଣଙ୍କୁ ଚି଼ହ୍ନଟ କରାଯାଇଛି। ଅନ୍ୟ ୭ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ।

ସେପଟେ ଲେଡିଜ ହଷ୍ଟେଲ ଗୁଡ଼ିକରେ ସୁରକ୍ଷା ଗାଇଡଲାଇନ ପାଳନ ହେଉନଥିବା ପୋଲିସ କହିଛି। ସିସିଟିଭିକୁ କାର୍ଯ୍ୟକ୍ଷମ ରଖିବା ସହ ସିକ୍ୟୁରିଟି ଗାର୍ଡ ନିୟୋଜିତ କରିବାକୁ ହଷ୍ଟେଲ ମାଲିକଙ୍କୁ ଅନୁରୋଧ କରିଛି ପୋଲିସ। ରୋଡ୍‌ ରୋମିଓଙ୍କ ଉତ୍ପାତ ପରେ ଲେଡ଼ିଜ ହଷ୍ଟେଲକୁ ଯିବେ ମହିଳା ପୋଲିସ। ହଷ୍ଟେଲ ଅନ୍ତେବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ଅସୁବିଧା ବିଷୟରେ ପଚାରି ବୁଝିବେ।

ସୂଚନା ଥାକି, ଗତ ୫ ତାରିଖ ସନ୍ଧ୍ୟାରେ ହଷ୍ଟେଲ ଭିତରେ ପଶି ମାରପିଟ୍‌ ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। କମେଣ୍ଟ ମରାକୁ କେନ୍ଦ୍ର କରି ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । କମେଣ୍ଟ ମରାର ପ୍ରତିବାଦ କରିବାରୁ ହଷ୍ଟେଲ ଭିତରେ ପଶି ଭଙ୍ଗାରୁଜା କରିବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲେ।

ad-week
Leave A Reply

Your email address will not be published.