ଶ୍ରଦ୍ଧା ହତ୍ୟା ଚାର୍ଜକୁ କୋର୍ଟରେ ଅସ୍ୱୀକାର କଲା ଅଫତାବ, ଚାଲିବ ଶୁଣାଣି

add-all

ନୂଆଦିଲ୍ଲୀ : ଶ୍ରଦ୍ଧା ୱାଲକର ନିର୍ମମ ହିତ୍ୟା ଘଟଣାରେ ଆଜି ଦିଲ୍ଲୀର ସାକେତ କୋର୍ଟ ଅଫତାବ ପୁନାୱାଲା ବିରୋଧରେ ଚାର୍ଜଫ୍ରେମ କରିଛନ୍ତି। ଅଫତାବ ତା’ର ଲିଭ ଇନ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଦେଇଥିଲା। ଦିଲ୍ଲୀ ପୁଲିସ ଏହି ଘଟଣାରେ ଅଫତାବକୁ ଗିରଫ କରିବା ସହ ତା’ ନାଁରେ ଆଇପିସିର ଧାରା ୩୦୨ ଓ ୨୦୧ରେ ମାମଲା ରୁଜୁ କରିଥିଲା। ପୁଲିସ୍‌ ଦେଇଥିବା ପ୍ରମାଣକୁ ଭିତ୍ତି କରି କୋର୍ଟ ଆଜି ଅଫତାବ ନାଁରେ ଚାର୍ଜଫ୍ରେମ କରିଛନ୍ତି।
ତେବେ ଅଫତାବ ଏହି ସବୁ ଅଭିଯୋଗକୁ ଅସ୍ୱୀକାର କରିବା ସହ ଶୁଣାଣି ପାଇଁ ଦାବି କରିଛି। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୧ରେ କରାଯିବ। ଏହି ଘଟଣାରେ ଦିଲ୍ଲୀ ପୁଲିସ୍‌ ଜାନୁଆରୀ ୨୪ରେ ୬,୬୨୯ ପୃଷ୍ଠାର ଚାର୍ଜଶିଟ ଫାଇଲ କରିଥିଲା।
ଶ୍ରଦ୍ଧାଙ୍କ ବାପା ବିକାଶ ୱାଲକର ଗତମାସରେ ମାମଲାର ଫାଷ୍ଟଟ୍ରାକ୍‌ ଶୁଣାଣି ଦାବି କରିଥିଲେ। ଏହାଦ୍ୱାରା ସେ ଝିଅର ଅନ୍ତିମ ସଂସ୍କାର କରିପାରିବେ। ଏଥିସହ ଯଦି ମାସକ ମଧ୍ୟରେ ମାମଲାର ବିଚାର ଶେଷ ନ ହୁଏ, ତା’ହେଲେ ସେ ଆମରଣ ଅନଶନ କରିବେ ବୋଲି ମଧ୍ୟ ଧମକ ଦେଇଥିଲେ।
ଶ୍ରଦ୍ଧାଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ପରିବାର ଲୋକଙ୍କୁ ଫେରାଇ ଦେବା ପାଇଁ ହୋଇଥିବା ଆବେଦନର ଶୁଣାଣି କରିବା ବେଳେ କୋର୍ଟ ଏହାକୁ ମେ’ ୯ ତାରିଖ ଯାଏ ଘୁଞ୍ଚାଇ ଦେଇଥିଲେ। ଏବେ ଏହା ପୁଣି ଜୁନ ୧ ଯାଏ ଘୁଞ୍ଚିଛି।
ଗତବର୍ଷ ମେ’ ୧୮ ତାରିଖରେ ଶ୍ରଦ୍ଧାଙ୍କୁ ଅଫତାବ ତଣ୍ଟିଚିପି ହତ୍ୟା କରିଥିଲା। ଏହାପରେ ସେ ତାଙ୍କ ମୃତଦେକୁ ଖଣ୍ଡଖଣ୍ଡ କରି କାଟି ଦେବା ପରେ ଗୋଟିଏ ଫ୍ରିଜରେ ଏହାକୁ ପ୍ରାୟ ୩ ସପ୍ତାହ ଧରି ରଖିଥିଲା।
ଶେଷରେ ମୃତଦେହକୁ ଦିଲ୍ଲୀ ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲା। ପୁଲିସ୍‌ ଏହାର ତଦନ୍ତ କରି ୨୦୨୨ ମସିହା ନଭେମ୍ବର ୧୨ରେ ଅଫତାବକୁ ଗିରଫ କରିଥିଲା। ସେବେଠାରୁ ସେ ଜେଲରେ ରହିଛି।

ad-week
Leave A Reply

Your email address will not be published.