ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ କଡ଼ା ଜବାବ ଦେଲେ ଶରଦ ପାୱାର

add-all

ମୁମ୍ବାଇ: ଆଜି ପରୋକ୍ଷରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ଟାର୍ଗେଟ କରିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର | ଉଦ୍ଧବଙ୍କ ଶିବସେନାର ମୁଖପତ୍ର ‘ସାମନା’ର ସମ୍ପାଦକୀୟଙ୍କୁ ଟାର୍ଗେଟ କରିବା ସହ କଂଗ୍ରେସ ନେତା ପୃଥ୍ଵୀରାଜ ଚୌହାନଙ୍କୁ ମଧ୍ୟ କଡା ଜବାବ ଦେଇଛନ୍ତି। ବାସ୍ତବରେ ଗତକାଲି ସାମନାର ସମ୍ପାଦକୀୟରେ ଲେଖାଯାଇଥିଲା ଯେ ଶରଦ ପାୱାର ତାଙ୍କ ଉତ୍ତରାଧିକାରୀଙ୍କୁ ପ୍ରସ୍ତୁତ କରିବାରେ ବିଫଳ ହୋଇଛନ୍ତି ଯିଏ ତାଙ୍କ ପାର୍ଟିକୁ ଆଗକୁ ନେବେ। ଆଉ ଏହାପରେ ଶରଦ ପାୱାର କହିଛନ୍ତି ଯେ ଅନ୍ୟମାନେ ତାଙ୍କ ବିଷୟରେ କ’ଣ ଲେଖନ୍ତି ସେଥିପ୍ରତି ତାଙ୍କର ଧ୍ୟାନ ନାହିଁ ଏବଂ ସେ ଯେଉଁମାନଙ୍କୁ ପ୍ରସ୍ତୁତ କରିଛନ୍ତି, ସେମାନେ ସେମାନଙ୍କର ଯୋଗ୍ୟତା ପ୍ରମାଣ କରିସାରିଛନ୍ତି। ରିପୋର୍ଟ ଅନୁଯାୟୀ, ସତାରାରେ ଶରଦ ପାୱାର କହିଛନ୍ତି ଯେ, ‘ଆମ ବିଷୟରେ ଯାହା ଲେଖାଯାଉଛି, ତାହାକୁ ଆମେ ଗୁରୁତ୍ୱ ଦେଉନାହୁଁ | ଆମେ ଉତ୍ତରାଧିକାରୀ ପ୍ରସ୍ତୁତ କରିଛୁ ନା ନାହିଁ, ସେମାନେ ଯାହା ଭାବୁଛନ୍ତି ସେୟା ଲେଖୁଛନ୍ତି ସେଥିପ୍ରତି ଗୁରୁତ୍ୱ ଦେଉ ନାହୁଁ। ଏହା କରିବା ସେମାନଙ୍କର ଅଧିକାର। ଆମେ ଏହାକୁ ଅଣଦେଖା କରୁ | ଆମେ ଜାଣୁ ଆମେ କଣ କରୁଛୁ | ଏଥିରୁ ଆମେ ସନ୍ତୁଷ୍ଟ ହେଉଛୁ’।
ଏହା ସହିତ ପାୱାର କଂଗ୍ରେସର ବରିଷ୍ଠ ନେତା ପୃଥ୍ଵୀରାଜ ଚୌହାନଙ୍କୁ ମଧ୍ୟ ଛାଡି ନାହାଁନ୍ତି। ଏନସିପିର ଆଚରଣ ଏବଂ ବିଜେପି ସହ ଏହାର ଲିଙ୍କ୍ ସମ୍ପର୍କରେ ଚୌହାନ ସନ୍ଦେହ କରିଥିବାବେଳେ ଶରଦ ପାୱାର କହିଛନ୍ତି, “ପୃଥ୍ୱୀରାଜ କଂଗ୍ରେସରେ କେଉଁସ୍ଥାନରେ ଅଛନ୍ତି | ଏହା ଏମିତି ଏକ ସମସ୍ୟା ଯାହା ଆମ ପରିବାର ସହିତ ଜଡିତ | ଆମର ପ୍ରତ୍ୟେକ ସାଥୀ ଜାଣନ୍ତି ଯେ ଆମ ଦଳ କିପରି ଆଗକୁ ବଢିବ | ଆମେ କିପରି ଏକ ନୂତନ ନେତୃତ୍ୱ ସୃଷ୍ଟି କରିବୁ ସେ ବିଷୟରେ ଆମର ସାଥିମାନେ ଜାଣନ୍ତି ।

ad-week
Leave A Reply

Your email address will not be published.