ପାଓ୍ଵାର ଚାନେଲରେ ଭାସି ଯୁବତୀ ନିଖୋଜ

add-all

ସମ୍ବଲପୁର : ବସିଥିଲେ, ହଠାତ୍‌ ମାଡ଼ି ଆସିଲା ପାଣି। ବୁର୍ଲା ପାଓ୍ଵାର ଚାନେଲରେ ଭାସି ଯୁବତୀ ନିଖୋଜ। ଯୁବତୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇ ପାୱାର କେନାଲରେ ବସି କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ହଠାତ୍‌ ପାଣି ମାଡ଼ି ଆସିବାରୁ ଦୁଇ ଜଣ ଯାକ ଭାସି ଯାଇଥିଲେ। ହେଲେ ଯୁବକ ଜଣକ ଏକ ପଥରରେ ଲାଖି ରହିଥିବା ବେଳେ ଯୁବତୀ ପ୍ରବଳ ପାଣି ସ୍ରୋତରେ ଭାସି ଯାଇଥିଲେ।

ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ୍‌ ଜାରି ରଖିଛି। ଗତକାଲି ରାତି ହୋଇଯିବାରୁ ଖୋଜାଖୋଜି ବନ୍ଦ ରଖାଯାଇଥିଲା। ଆଜି ସକାଳୁ ପୁଣି ସର୍ଚ୍ଚ ଅପରେସନ୍‌ ଚାଲିଛି। ସୂଚନା ଅନୁସାରେ ନିଖୋଜ ଯୁବତୀ ଜଣକ ସମ୍ବଲପୁରରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲି ଆସିଥିଲେ। ପୁରୁଷ ବନ୍ଧୁଙ୍କ ଘର ଧନୁପାଲିରେ ।

ad-week
Leave A Reply

Your email address will not be published.