ଚେକ୍ ବାଉନ୍ସ ଘଟଣାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

add-all

କଟକ: ଚେକ୍ ବାଉନ୍ସ ପ୍ରସଂଗରେ ହାଇକୋର୍ଟ ଗୁରୁ୍ତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଚେକ୍ ବାଉନ୍ସ ଘଟଣାରେ ଯଦି ଅଭିଯୁକ୍ତ କମ୍ପାନିକୁ ପକ୍ଷଭୁକ୍ତ ନ କରି କେବଳ ଏହାର ନିର୍ଦ୍ଦେଶକଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିବ ତେବେ ଅଭିଯୋଗ ଗ୍ରହଣୀୟ ହେବ ନାହିଁ। ଅଭିଯୋଗକାରୀଙ୍କ ନିକଟରୁ ଧାନ କିଣିଥିବା କମ୍ପାନିକୁ ମାମଲାରେ ଅଭିଯୁକ୍ତ ଭାବେ ପକ୍ଷଭୁକ୍ତ କରାଯାଇ ନଥିଲା। ଏଥି ସହିତ ଯେଉଁ କମ୍ପାନି ତରଫରୁ ଅଭିଯୋଗକାରୀଙ୍କୁ ଚେକ୍ ‌ଦିଆଯାଇଥିଲା ତାକୁ ମାମଲା‌ରେ ଅଭିଯୁକ୍ତ ଭାବେ ପକ୍ଷଭୁକ୍ତ ନ କରି ଏହାର ନିର୍ଦ୍ଦେଶକଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ଘଟଣା ବେଳେ ସଂପୃକ୍ତ ନିର୍ଦ୍ଦେଶକ କେଉଁ ଦାୟିତ୍ବରେ ଥିଲେ ଓ ସେହି ସମୟରେ କିଭଳି ଭାବେ କମ୍ପାନିର କାରବାର ପାଇଁ ଦାୟୀ ଥିଲେ ସେ ନେଇ ଅଭିଯୋଗକାରୀ କିଛି ଉଲ୍ଲେଖ କରି ନଥିଲେ। ଏଭଳି ସ୍ଥିତିରେ କେବଳ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ଗ୍ରହଣୀୟ ହେବ ନାହିଁ ବୋଲି ହାଇକୋର୍ଟ କହିବା ସହିତ ଭଦ୍ରକ ଏସଡିଜେଏମ ଅଦାଳତଙ୍କ ୨୦୧୯, ଜୁଲାଇ ୯ର କଗନିଜାନ୍ସ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି।  ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପି.ସି.ରଥଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଜଣେ ବ୍ୟକ୍ତିଙ୍କୁ ଧାନ ବିକ୍ରି ବାବଦରେ ଏକ କମ୍ପାନି ତରଫରୁ ଦିଆଯାଇଥିବା ୧୫ କୋଟି ଟଙ୍କାର ଚେକ୍‌ଟି ବାଉନ୍ସ କରି ଯାଇଥିଲା। ଏହାପରେ ଧାନ ଦେଇଥିବା ବ୍ୟକ୍ତି କମ୍ପାନିର ନିର୍ଦ୍ଦେଶକ ଶ୍ରୀ ରଥଙ୍କ ବିରୋଧରେ ଏନଆଇ ଆକ୍ଟର ଧାରା ୧୩୮ରେ କଂପ୍ଲେନ ମାମଲା ରୁଜୁ କରିଥିଲେ। ଭଦ୍ରକ ଏସଡିଜେଏମ ଅଦାଲତ ମାମଲାର ଶୁଣାଣି କରି ଶ୍ରୀ ରଥଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କରିଥିଲେ। ଏହି ନିର୍ଦ୍ଦେଶକୁ ବିରୋଧ କରି ଶ୍ରୀ ରଥ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଧାନ କିଣିଥିବା ଓ ଚେକ୍ ଦେଇଥିବା କମ୍ପାନିକୁ ପକ୍ଷଭୁକ୍ତ କରି ନଥିବାରୁ ନିମ୍ନ ଅଦାଲତରେ ଦାୟର କଂପ୍ଲେନ ମାମଲା ଗ୍ରହଣୀୟ ହେବା କଥା ନୁହେଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଏହି ପ୍ରସଂଗରେ ଗୁରୁତ୍ବପୂର୍ଣ୍ଣ ଆଇନଗତ ଦିଗ ରହିଥିବା ବେଳେ ବରିଷ୍ଠ ଆଇନଜୀବୀ ଡି.ପି.ଧଳଙ୍କୁ ହାଇକୋର୍ଟ ଆମିକସ୍ କ୍ୟୁରୀ ଭାବେ ନିଯୁକ୍ତି ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଅନିତା ହାଡା ମାମଲାର ରାୟ ପ୍ରସଂଗରେ ଆମିକସ୍ କ୍ୟୁରୀ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ad-week
Leave A Reply

Your email address will not be published.