ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧ୍ୟାନରେ ବସିଲେ ୫ ଟି ସଚିବ

add-all

ମୋହନା: ଦୁଇ ଦିନିଆ ଗଜପତି ଜ଼ିଲ୍ଲା ଗସ୍ତର ଦ୍ଵିତୀୟ ଦିନରେ ବୁଧୁବାର ସକାଳ ୮ଟା ସମୟରେ ଚନ୍ଦ୍ରଗିରି ଏମ୍. ଟି. ସି. ଏସ୍ ବଙ୍ଗଳାରୁ କାର୍ ଯୋଗେ ଜିରାଙ୍ଗ ସ୍ଥିତ ପଦ୍ମ ସମ୍ଭବ ବୌଦ୍ଧ ମନ୍ଦିରରେ ପହଞ୍ଚିଥିଲେ ୫ଟି ସଚିବ ଭି. କେ ପାଣ୍ଡିଆନ୍। ସଚିବ ପହଞ୍ଚିବା ପରେ ତାଙ୍କୁ ତିବ୍ବତୀୟ ସମାଜ ପକ୍ଷରୁ ପାରମ୍ପରିକ ନୃତ୍ୟ ଏବଂ ସଙ୍ଗୀତ ମାଧ୍ୟମରେ ସ୍ବାଗତ କରାଯାଇଥିଲା ।

ପରେ ମନ୍ଦିର ମଧ୍ୟରେ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପୂଜାର୍ଚ୍ଚନା କରିବା ସହ ୧୦ ମିନଟ ପର୍ଯ୍ୟନ୍ତ ଧ୍ୟାନରେ ବସିଥିଲେ ୫ଟି ସଚିବ। ପରେ ତିବ୍ବତୀୟ ପ୍ରତିନିଧି, ବୌଦ୍ଧ ସନ୍ୟାସୀ ଏବଂ ଜନସାଧାରଣ ସହ ସୌଜନ୍ୟ ମୂଳକ ଆଲୋଚନା କରିଥିଲେ ।  ସଚିବଙ୍କୁ ପାଖରେ ପାଇ ଖୁସିବ୍ୟକ୍ତ କରିଥିଲେ ତିବ୍ବତୀୟ ଧର୍ମାବଲମ୍ବୀ। ପରେ ଛେଳିଗଡ଼ ଜଳ ସେଚନ ପ୍ରକଳ୍ପ ପରିଦର୍ଶନରେ ବାହାରିଥିଲେ ୫ ଟି ସଚିବ ।

ad-week
Leave A Reply

Your email address will not be published.