ଝାରସୁଗୁଡ଼ା ଉପନିର୍ବାଚନ: ଅପରାହ୍ନ ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ

add-all

ଭୁବନେଶ୍ବର/ଝାରସୁଗୁଡ଼ା: ଆଜି ଅପରାହ୍ନ ୩ଟା ସୁଦ୍ଧା ଝାରସୁଗୁଡ଼ାରେ ୬୮.୧୨ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଏବେ ତାହା ଜାରି ରହିଛି। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ମୋଟ ୯ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବାବେଳେ ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର। ବିଜେଡିରୁ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେଙ୍କ ମଧ୍ୟରେ ମୁଖ୍ୟତଃ ଲଢ଼େଇ ହେବାକୁ ଥିବାବେଳେ ସମୁଦାୟ ୨ ଲକ୍ଷ ୨୧ ହଜାର ଭୋଟରଙ୍କ ମଧ୍ୟରୁ ୬୨୪୧୯ ଜଣ ପୁରୁଷ ଭୋଟର ଥିବାବେଳେ ୫୯୯୬୩ ଜଣ ମହିଳା ଭୋଟର ରହିଛନ୍ତି । ତେବେ ମତଦାନ ସମୟରେ କିଛି ବୁଥରେ ବିଶୃଙ୍ଖଳା ହୋଇଥିବା ଦେଖିବାକୁ ମିଳିଛି |

ଝାରସୁଗୁଡା ଏକାତାଲିରେ ଥିବା ବୁଥ ନମ୍ବର ୪୯ ଓ ୫୦ରେ ଉତ୍ତେଜନା ଦେଖା ଦେଖାଦେଇଛି | ବିଜେଡି ଓ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିବା ସୂଚନା ରହିଛି | ଏହାସହ ଲଇକେରା ବ୍ଲକର ୨୩୬ ନମ୍ବର କୁଲେମୁରାଠାରେ ଥିବା ବୁଥରେ ଜଣେ ସାଧାରଣ ଭୋଟରଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସେହିପରି ଗୁଜରାଟୀପଡ଼ା ନଜୁଲ ସରକାରୀ ହିନ୍ଦୀ ସ୍କୁଲରେ ୬୯ ନମ୍ବର ବୁଥରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ |

ad-week
Leave A Reply

Your email address will not be published.