ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ୪୨.୯ ଡିଗ୍ରୀ ‌ରେକର୍ଡ

add-all

ଭୁବନେଶ୍ବର: ଗରମ ଓ ଗୁଳୁଗୁଳିରେ ଦେହମୁଣ୍ଡ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଦେହରୁ ଝାଳ ଶୁଖୁନି କି ଘରେ କିମ୍ବା ବାହାରେ କେଉଁଠି ବି ଶାନ୍ତି ନାହିଁ। ତଣ୍ଟି ବାରମ୍ବାର ଶୁଖିଯାଉଛି। ଖରାରେ ୫ ମିନିଟ୍‌ ରହିଲେ, ଅଚେତ ହେବା ଭଳି ଲାଗୁଛି। ୩ ଦିନ ହେଲା ଏହିଭଳି ପାଗ ଉପକୂଳ ଓଡ଼ିଶାବାସୀଙ୍କୁ ସନ୍ତୁଳି ପକାଇଲାଣି। ବିଶେଷ କରି ଆଜି ରାଜ୍ୟର ୧୫ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିଲା। ଏଥିମଧ୍ୟରୁ ଅଧିକାଂଶ ସହର ପଶ୍ଚିମ ଓଡ଼ିଶାର। ଏବେ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି।

ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡାଠାରେ ୪୨.୯ ଡିଗ୍ରୀ ‌ରେକର୍ଡ ହୋଇଛି। ସେହିଭଳି ସମ୍ବଲପୁରରେ ୪୨.୬ ଡିଗ୍ରୀ, ବୌଦ୍ଧରେ ୪୨.୪ ଡିଗ୍ରୀ, ତାଳଚେରରେ ୪୨.୨ ଡିଗ୍ରୀ, ଅନୁଗୁଳରେ ୪୨.୧ ଡିଗ୍ରୀ, ସୁନ୍ଦରଗଡରେ ୪୨ ଡିଗ୍ରୀ, ବଲାଙ୍ଗୀରରେ ୪୨ ଡିଗ୍ରୀ, ହୀରାକୁଦରେ ୪୧.୯ ଡିଗ୍ରୀ, ରାଉରକେଲାରେ ୪୧.୮ ଡିଗ୍ରୀ, ବରଗଡରେ ୪୧ ଡିଗ୍ରୀ, ସୋନପୁରରେ ୪୦.୮ ଡିଗ୍ରୀ, ବାରିପଦାରେ ୪୦.୬ ଡିଗ୍ରୀ, ଟିଟିଲାଗଡ଼ରେ ୪୦.୫ ଡିଗ୍ରୀ, ନୟାଗଡରେ ୪୦.୨ ଡିଗ୍ରୀ, ମାଲକାନଗିରିରେ ୪୦ ଡିଗ୍ରୀ ରେକର୍ଡ ହୋଇଛି। ଫଳରେ ଗରମ ଯୋଗୁଁ ପଶ୍ଚିମ ଓଡ଼ିଶା ଅସ୍ତବ୍ୟସ୍ତ ହେଉଛି। ସେହିଭଳି ଆଜି ଭୁବନେଶ୍ବରର ଦିନ ତାପମାତ୍ରା ଆଜି ୩୮.୬ ଡିଗ୍ରୀ ରହିଥିବା ବେଳେ କଟକରେ ଥିଲା ୩୯ ଡିଗ୍ରୀ ।

ad-week
Leave A Reply

Your email address will not be published.