୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବେ ଦୀପାଳି : ପ୍ରମିଳା ମଲ୍ଲିକ

add-all

ଭୁବନେଶ୍ବର: ଝାରସୁଗୁଡ଼ା ଭୋଟ୍ ପରେ ବିଜେଡି ପକ୍ଷରୁ ବଡ଼ ବୟାନ ଜାରି ହୋଇଛି। ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବେ ଦୀପାଳି ଦାସ। ସେ ଆହୁରି କହିଛନ୍ତି, ଦୀପାଳି ଲୋକଙ୍କ ଦ୍ୱାରା ଆଦୃତ ହୋଇଛନ୍ତି। ମତଦାନ ପାଇଁ ଲୋକଙ୍କକ ଆଗ୍ରହ ବଢ଼ିଛି। ମତଦାନ ପ୍ରତିଶତ ବଢ଼ିବା ବିଜେଡିକୁ ସୁହାଇବ। ଲୋକ ୫ ଥର ବିଜେଡି ସରକାରଙ୍କୁ ଭରସା କରିଛନ୍ତି। ସାଧାରଣ ନିର୍ବାଚନରେ ବିଜେଡି ଭଲ ବ୍ୟବଧାନରେ ଜିତିବ।

ଏଣେ ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟ ହାସଲ କରିବ ବୋଲି ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ଦାବି କରିଛନ୍ତି। ସେ କହିଛନ୍ତି, ଅଧିକ ଭୋଟିଂ ଆମ ପାଇଁ ସହାୟକ ହେବ। ଜନାଦେଶ ବିଜେଡି ସପକ୍ଷରେ ଯିବ। ଦୀପାଳି ଦାସଙ୍କୁ ଲୋକେ ଆର୍ଶୀବାଦ ଦେଇଛନ୍ତି, ସେ ହିଁ ବିଜୟ ହାସଲ କରିବେ।
ଏଣେ ୨୦୧୯ର ମାର୍ଜିନ କମିବ ନା ବଢ଼ିବ ପ୍ରଶ୍ନରେ ଦେବୀ ମିଶ୍ର କହିଛନ୍ତି କମିବା ବଢ଼ିବା ସାଙ୍ଗରେ କିଛି ନାହିଁ। ଉଣା ଅଧିକେ ୧୦ କି ୨୦ ପ୍ରତିଶତ ଯଦି ଏପଟ ସେପଟ ହୁଏ ସେଇଟାକୁ ଧରାଯାଏ ନାହିଁ। କିଛି ଫରକ ନାହିଁ । ୩୦ ହଜାରରୁ ଅଧିକ ମାର୍ଜିନ ହେଲେ ବି ତାହା ବିପୁଳ ବିଜୟ। ଗତଥରର ମାର୍ଜିନ ମେଣ୍ଟନ ହେବ କି ତା ଉପରକୁ ଯିବ ସେଇଟା କହିହେବନି। କାରଣ ଉପନିର୍ବାଚନରେ ବିଭିନ୍ନ ଜିନିଷ ବି ପ୍ରଭାବିତ ହୁଏ । ବିଜେପି ଦ୍ୱିତୀୟ ସ୍ଥାନ ବଜାୟ ରଖିବା ପାଇଁ ବହୁତ ପରିଶ୍ରମ ବି କରିଛନ୍ତି। କାରଣ ବିଜେପି ଗତଥର ଦ୍ୱିତୀୟ ସ୍ଥାନରେ ଥିଲା। ତେଣୁ ତାକୁ ବଜାୟ ରଖିବା ପାଇଁ ଶେଷ ମହୂର୍ତ୍ତରେ ସେମାନେ ବହୁତ ଲାଗିଛନ୍ତି ।

ତେଣେ ନବୀନ-ମୋଦୀ ଭେଟଘାଟ ନେଇ ଦେବୀ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି, ଏଇଟା ରୁଟିନ ଭେଟଘାଟ। ସଂଘୀୟ ବ୍ୟବସ୍ଥାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଭେଟିବାରେ କିଛି ଅସୁବିଧା ନାହିଁ। ଏଇ ଭେଟଘାଟ ପାଇଁ ଟାଇମିଙ୍ଗ ଆଗରୁ ହୋଇଥିବ। ଗୋଟିଏ ଦିନରେ ପ୍ରଧାନମନ୍ତ୍ରୀ ଭେଟିବାକୁ କହିଲେ ତ ହେଇ ଯିବନି। ଏଇଟା ମାସେ ଆଗରୁ କି ୧୫ ଦିନରୁ ଆଗରୁ ଟାଇମିଙ୍ଗ ନିଆ ହେଇଥିବ। ଓଡ଼ିଶାର ବିକାଶ ପାଇଁ କି ରାଜ୍ୟର ସ୍ୱାର୍ଥ ପାଇଁ ଆଲୋଚନା କରିବାରେ ଅସୁବିଧା କେଉଁଠି ରହିଲା? କଂଗ୍ରେସ ନବୀନ-ମୋଦୀଙ୍କ ଭେଟଘାଟ ନେଇ ଅଭିଯୋଗ କରିବା ଛାଡ଼ି ନିଜ ସ୍ଥିତି ଆଗ ରଖୁ।

ad-week
Leave A Reply

Your email address will not be published.