୩ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍: ଚଳନ୍ତା କାରରେ ବିଧବାଙ୍କୁ କରିଥିଲେ ଗଣଦୁଷ୍କର୍ମ

add-all

ସୁନ୍ଦରଗଡ଼: ଆଜି ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜଙ୍କ ଅଦାଲତରେ ଏକ ଚାଞ୍ଚଲ୍ୟକର ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ଚଳନ୍ତା କାରରେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ଯସ୍ତ କରି ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ଜିଲ୍ଲା ଦୌରା ଜଜ୍। ୨୯/୧୧/ ୨୦୧୬ ମସିହା ରାଜଗାଙ୍ଗପୁର ଥାନା ଅଞ୍ଚଳର ଜଣେ ବିଧବା ମହିଳା ଲାଞ୍ଜିବେର୍ଣ୍ଣା ସଂପର୍କୀୟଙ୍କ ଘରୁ ନିଜ ଘରକୁ ଫେରିବା ବାଟରେ ପଡୋଶୀ ସୋନୁ ସୋଏ, ଇନ୍ଦ୍ରୁ କେରକେଟା ଓ ପ୍ରବୀଣ ବାରଲା ଏକ କାରରେ ଆସି ଘରକୁ ଛାଡ଼ି ଦେବା ବାହାନାରେ ନେଇ ଘରକୁ ଯିବା ବାଟରେ ଚଳନ୍ତା କାର ଭିତରେ ଦୀର୍ଘ ୪ ଘଣ୍ଟା କାଳ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ତାପରେ ଘର ନିକଟ ରାସ୍ତା କଡ଼ରେ ଫୋଫାଡି ଦେଇ ଫେରାର ହୋଇ ଯାଇଥିଲେ।

ଏହି ମାମଲାରେ ୨୧ ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଏହି ସଜା ଶୁଣାଇଛନ୍ତି କୋର୍ଟ। ଏହା ସହ ତିନି ଅଭିଯୁକ୍ତଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ରହେ ତାହେଲେ ଜେଲ ଦଣ୍ଡ ଦୁଇ ମାସ ହେବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି କୋର୍ଟ। ମାମଲାକୁ ସରକାରୀ ଓକିଲ ଅବଦୁଲ ସମିମ ଅଖତର ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.