ବର୍ଷାଙ୍କୁ ପ୍ରତିପକ୍ଷ ଓକିଲଙ୍କ ଜେରା

add-all

କଟକ: ବହୁ ଚର୍ଚ୍ଚିତ ଷ୍ଟାର ଦମ୍ପତ୍ତିଙ୍କ ପାରିବାରିକ ବିବାଦ ମାମଲାରେ କଟକ ପରିବାର ଆଡାଲତରେ ଆଜି ଦ୍ୱିତୀୟ ଦିନ ପାଇଁ ହାଜର ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି। ଅନୁଭବଙ୍କ ତରଫରୁ ଦାୟର ଛାଡ଼ପତ୍ର ଆବେଦନ ଉପରେ ଆଜି ପୁନଶ୍ଚ କୋର୍ଟରେ ନିଜର ପକ୍ଷ ରଖିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଏହା ସହିତ ପ୍ରତିପକ୍ଷ ଓକିଲ ବର୍ଷାଙ୍କୁ ଜେରା କରିଥିଲେ। ବର୍ଷା ଏବେ ସିନେମାରେ ଅଭିନୟ କରୁଛନ୍ତି କି ନାହିଁ ଓ କେଉଁ କେଉଁ ବିଜ୍ଞାପନ ସଂସ୍ଥା ନିକଟରେ କାମ କରୁଛନ୍ତି ସେ ସମ୍ପର୍କରେ ପ୍ରତିପକ୍ଷ ଓକିଲ ଜେରା କରିଥିଲେ।

ବର୍ଷାଙ୍କୁ ଦିଆ ଯାଉଥିବା ଘରୋଇ ହିଂସା ସମ୍ପର୍କରେ ଜେରାରେ ପ୍ରଶ୍ନ ରହିଥିବା ବେଳେ କାହିଁକି ପୁନଶ୍ଚ ଏକତ୍ର ରହିବା ପାଇଁ ଚାହୁଁଛନ୍ତି ସେ ସମ୍ପର୍କରେ ପ୍ରଶ୍ନ କରିଥିଲେ ପ୍ରତିପକ୍ଷ ଓକିଲ। ସେହିଭଳି ରାଜନୀତି କ୍ଷେତ୍ରରେ ତାଙ୍କର କଣ ଭୂମିକା ରହିଛି ବୋଲି ଆଜି ଜେରା ସମୟରେ ବର୍ଷାଙ୍କୁ ପ୍ରଶ୍ନ କରିଥିଲେ ପ୍ରତିପକ୍ଷ ଓକିଲ। ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏବେ ପରିବାର ଅଦାଲତ ଏହି ମାମଲାର ତ୍ୱରିତ ଶୁଣାଣି କରୁଛନ୍ତି। ଆସନ୍ତା କାଲି ପୁନଶ୍ଚ ଏହି ବହୁଚର୍ଚ୍ଚିତ ଷ୍ଟାର ଦାମ୍ପତ୍ତି ବିବାଦର ଶୁଣାଣି ହେବକୁ ଧାର୍ଯ୍ୟ କରାଯାଇଥିବା ବେଳେ ଉଭୟ କୋର୍ଟରେ ହାଜର ହେବେ ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.