ଠକ ସଂସ୍ଥାର ୧.୨୨ କୋଟି ଟଙ୍କା ଫ୍ରିଜ୍ କଲା ଇଓଡବ୍ଲୁ

add-all

ଭୁବନେଶ୍ବର: ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଏକ ପୋନଜି ଆପ୍ ଜଏନ୍ ଟ୍ରେଡ୍’ର ୧.୨୨ କୋଟି ଟଙ୍କା ଫ୍ରିଜ୍ କରିଛି। ଅକ୍ଷୟ କୁମାର ଏବଂ ମନୀଷ ପଲଙ୍କ ପରି ବଲିଉଡର ଲୋକପ୍ରିୟ ଅଭିନେତାଙ୍କ ଚିତ୍ର ଦେଇ ବିଜ୍ଞାପନ ମାଧ୍ୟମରେ ଜନସାଧାରଣଙ୍କୁ ଭ୍ରମିତ କରିବା ଏବଂ ବିଶ୍ୱାସ ସୃଷ୍ଟି କରିବା ନେଇ ଅନୁସନ୍ଧାନ ପରେ ଜଣାପଡ଼ିଥିଲା। ଠକ ସଂସ୍ଥାର ୧.୨୨ କୋଟି ଟଙ୍କା ଫ୍ରିଜ୍ କରାଯାଇଛି।

ଗୁଗୁଲରେ ଜଏନ୍ ଟ୍ରେଡ୍ ନାମକ ଜାଲିଆତିକାରୀ ଆପ୍ ଡାଉନଲୋଡ୍ କରି ୩ଟି ବଡ଼ କଂପାନି ସମେତ ୫ଟି ଏକାଉଣ୍ଟରୁ ୧୮.୬୭ କୋଟି ଟଙ୍କାର ଜମା କରିଥିବା ମଧ୍ୟ ଜଣାଯାଇଥିଲା।  ଲୋକଙ୍କଠାରୁ ୧୦୦ରୁ ୨୦ ହଜାର ଟଙ୍କା ଲେଖାଏଁ ଆଦାୟ କରୁଥିଲା ଠକ ସଂସ୍ଥା। ପ୍ରାୟ ୧ ଲକ୍ଷ ଲୋକ ଏହି ଠକାମିର ଶିକାର ହୋଇଥିବା ଜଣାଯାଇଛି।

ad-week
Leave A Reply

Your email address will not be published.