ଆଜି ୪୦ ଡିଗ୍ରି ଉପରେ ରାଜ୍ୟର ୧୬ ସହର, ୪୩ ଡିଗ୍ରି ଟପିଲା ଝାରସୁଗୁଡା ଓ ବୌଦ୍ଧ

add-all

ଭୁବନେଶ୍ବର: ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଛି । ଦେହରୁ ଝାଳ ଶୁଖୁନି କି ଘରେ କିମ୍ବା ବାହାରେ କେଉଁଠି ବି ଶାନ୍ତି ନାହିଁ। ତଣ୍ଟି ବାରମ୍ବାର ଶୁଖିଯାଉଛି। ଖରାରେ ୫ ମିନିଟ୍‌ ରହିଲେ, ଅଚେତ ହେବା ଭଳି ଲାଗୁଛି। ୪ଦିନ ହେଲା ଏହିଭଳି ପାଗ ଉପକୂଳ ଓଡ଼ିଶାବାସୀଙ୍କୁ ସନ୍ତୁଳି ପକାଇଲାଣି। ବିଶେଷ କରି ଆଜି ରାଜ୍ୟର ୧୬ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିଲା। ଏଥିମଧ୍ୟରୁ ଅଧିକାଂଶ ସହର ପଶ୍ଚିମ ଓଡ଼ିଶାର। ଏବେ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ବଡ଼କଥା ଯେ ଗତକାଲି ଝାରସୁଗୁଡାରେ ୪୨.୯ ଡିଗ୍ରି ତାପମାତ୍ରା ‌ରେକର୍ଡ ହୋଇଥିବାବେଳେ ଆଜି ମଧ୍ୟ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି |

ଝାରସୁଗୁଡା ସହ ବୌଦ୍ଧରେ ମଧ୍ୟ ସର୍ବାଧିକ ତାପମାତ୍ରା ୪୩.୪ ଡିଗ୍ରି ରେକର୍ଡ କରାଯାଇଛି | ବୌଦ୍ଧ ଓ ଝାରସୁଗୁଡା ତଳକୁ ସମ୍ବଲପୁରରେ ୪୩.୩ ଡିଗ୍ରି, ତାଳଚେରରେ ୪୧ ଡିଗ୍ରି, ଅନୁଗୁଳରେ ୪୧.୭ ଡିଗ୍ରି, ସୁନ୍ଦରଗଡରେ ୪୨.୧ ଡିଗ୍ରି, ବଲାଙ୍ଗୀରରେ ୪୧.୨ ଡିଗ୍ରି, ହୀରାକୁଦରେ ୪୨.୩ ଡିଗ୍ରି, ରାଉରକେଲାରେ ୪୨ ଡିଗ୍ରି, ବରଗଡରେ ୪୦.୨ ଡିଗ୍ରି, ସୋନପୁରରେ ୪୧.୩ ଡିଗ୍ରି, ବାରିପଦାରେ ୪୦.୬ ଡିଗ୍ରି, ଟିଟିଲାଗଡ଼ରେ ୪୧ ଡିଗ୍ରି, ନୟାଗଡରେ ୪୦.୨ ଡିଗ୍ରି, ମାଲକାନଗିରିରେ ୪୦ ଡିଗ୍ରି ରେକର୍ଡ ହୋଇଛି। ଫଳରେ ଗରମ ଯୋଗୁଁ ପଶ୍ଚିମ ଓଡ଼ିଶା ଅସ୍ତବ୍ୟସ୍ତ ହେଉଛି। ସେହିଭଳି ଆଜି ଭୁବନେଶ୍ବରର ଦିନ ତାପମାତ୍ରା ଆଜି ୩୭.୭ ଡିଗ୍ରି ରହିଥିବା ବେଳେ କଟକରେ ଥିଲା ୩୮.୫ ଡିଗ୍ରି ସେଲସିଅସ୍ ।

ad-week
Leave A Reply

Your email address will not be published.