ଆୟଠାରୁ ୨୩୦ଗୁଣା ଅଧିକ ସମ୍ପତ୍ତି କମେଇଛନ୍ତି ସବ୍‌ ଇଞ୍ଜିନିୟର

add-all

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ‌ଲୋକାୟୁକ୍ତ ଗୁରୁବାର ସକାଳେ ଏକ ବଡ଼ ଧରଣର ଚଢ଼ାଉ କରିଥି‌ଲେ। ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ମଧ୍ୟପ୍ରଦେଶ ପୁଲିସ ହାଉସିଙ୍ଗ କର୍ପୋରେସନରେ କାମ କରୁଥିବା ସବ୍ -ଇଞ୍ଜିନିୟର ହେମା ମିଣାଙ୍କ ଘରେ ଚଢ଼ାଉ କରିଥିଲେ। ଏବେ ବି କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏଯାବତ ହେମା ମିଣାଙ୍କ ଘରୁ ୭କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇସାରିଲାଣି।
ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବ କି, ସବ-ଇଞ୍ଜିନିୟର ହେମା ମିଣାଙ୍କ ମାସିକ ବେତନ ହେଉଛି ୩୦ହଜାର ଟଙ୍କା। କିନ୍ତୁ ତାଙ୍କର ରହିଛି କୋଟିକୋଟି ଟଙ୍କାର ସମ୍ପତ୍ତି। ହେମା ତାଙ୍କ ବାପାଙ୍କ ନାମରେ ୨୦ହଜାର ବର୍ଗ ଫୁଟର ଜମି ନେଇଥିବା ବେଳେ ୧କୋଟି ଟଙ୍କାର ଘର ବି ନିର୍ମାଣ କରିଥିବା ସୂଚନା ମିଳିଛି।
ହେମା ମିଣାଙ୍କ ବିରୋଧରେ ୨୦୨୦ରେ ଆୟ ଠାରୁ ଅଧିକ ସମ୍ପତ୍ତି ଥିବା ଅଭିଯୋଗ ହୋଇଥିଲା। ଏହାପରେ ଯାଞ୍ଚ ଆରମ୍ଭ ହୋଇ ମାମଲା ରୁଜୁ ହୋଇଥିଲା। କୁହାଯାଉଛି କି ହେମାଙ୍କ ଦରମା ଯେତିକି ତାହାଠାରୁ ୨୩୦ଗୁଣା ସମ୍ପତ୍ତି ତାଙ୍କର ରହିଛି। କେବଳ ଏତିକି ନୁହେଁ ସେ କୃଷି ପାଇଁ ବ୍ୟବହୃତ ହେଉଥିବା ଦାମୀଦାମୀ ଯନ୍ତ୍ରପାତି ବି କିଣିଥିଲେ। ତେବେ ଏତେଗୁଡ଼ିଏ ସମ୍ପତ୍ତିର ସେ ହିସାବ ଦେଇ ପାରୁନାହାନ୍ତି। ହେମା ‌ଲୋକାୟୁକ୍ତଙ୍କ ପ୍ରଶ୍ନବାଣରେ ଛନ୍ଦି ହୋଇପଡ଼ିଛନ୍ତି। ସେ କେମିତି ଲୋକାୟୁକ୍ତଙ୍କ ପ୍ରଶ୍ନର ସାମ୍ନା କରି‌ବେ କିଛି ବୁଝି ପାରୁ ନାହାନ୍ତି।

ad-week
Leave A Reply

Your email address will not be published.