ଭିଜିଲାନ୍ସ ଜାଲରେ ଛତ୍ରପୁର ତହସିଲ ଅଫିସର ବରିଷ୍ଠ ରାଜସ୍ବ ସହାୟକ…

add-all

ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ସ୍ବାତି ସୁଚରିତା ପାତ୍ର ଘରବାରି ପଟ୍ଟା କରିଦେବା ଲାଗି ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଉକ୍ତ ଲାଞ୍ଚ ଟଙ୍କା ସହ ବିଭିନ୍ନ କାଗଜ ପତ୍ରକୁ ଭିଜିଲାନ୍ସ ଟିମ ଜବତ କରିଛି। ପରେ ତାଙ୍କୁ ବ୍ରହ୍ମପୁରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି। ସୂଚନାଯୋଗ୍ୟ, ଛତ୍ରପୁରର ଦିଲୀପ କୁମାରଙ୍କ ଠାରୁ ଘରବାରୀ ପଟ୍ଟା କରିଦେବା ଲାଗି ବରିଷ୍ଠ ରାଜସ୍ବ ସହାୟକ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ବ୍ରହ୍ମପୁରସ୍ଥିତ ଭିଜିଲାନ୍ସ ଏସପିଙ୍କ ନିର୍ଦେଶକ୍ରମେ ଅତିରିକ୍ତ ଏସପି, ଇନ୍ସିପେକ୍ଟରଙ୍କୁ ନେଇ ଗଠିତ ଟିମ୍‌ ଏହି ଚଢାଉ କରି ସଫଳତା ପାଇଛନ୍ତି।

ad-week
Leave A Reply

Your email address will not be published.