ଲୁଗା ଶୁଖାଇବା ବେଳ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ମୃତ

add-all

ଯାଜପୁର : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ମୃତ।  ଟମକା ଥାନା ଜନିନ୍ଦାପାଳ ଗାଁରେ ଘଟିଛି ଦୁର୍ଘଟଣା। ମୃତକ ହେଲେ ରାଇଘାଟି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ନୀତୁ ମାରାଣ୍ଡି ଓ ତାଙ୍କର ସମ୍ପର୍କୀୟ ଶ୍ୟାମସୁନ୍ଦର ମାରାଣ୍ଡି। ଘରେ ଓଦା ଲୁଗା ଶୁଖାଇବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏହି ଅଘଟଣ ଘଟିଥିବା ଜାଣିବାକୁ ମିଳିଛି।

ମୃତ ଶିକ୍ଷୟତ୍ରୀଙ୍କ ଘର ସ୍ଥାନୀୟ ଟାଙ୍ଗୀରିଆପାଳରେ ହୋଇଥିବା ବେଳେ ଶ୍ୟାମସୁନ୍ଦର ମୟୁରଭଞ୍ଜ ଜିଲା ଚକ୍ରଧରପୁର ଅଞ୍ଚଳର ବୋଲି ଜଣାପଡିଛି। ଶ୍ୟାମସୁନ୍ଦର ଜିଆର୍ ପି ପୋଲିସରେ କାର୍ଯ୍ୟରତ ଥିବା ବେଳେ ସମ୍ପର୍କୀୟ ଶିକ୍ଷୟତ୍ରୀଙ୍କ ଘରକୁ ବ୍ୟକ୍ତିଗତ କାମରେ ଆସିଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା  ସୂଚନାରୁ ଜଣାପଡିଛି।

ad-week
Leave A Reply

Your email address will not be published.