ଆଦାନି-ହିଣ୍ତେନବର୍ଗ ବିବାଦ: ତଦନ୍ତ ପାଇଁ ଆଉ ୬ ମାଗିଲା ସେବି, ୧୫ରେ ଶୁଣାଣି

add-all

ନୂଆଦିଲ୍ଲୀ : ଆଦାନି ଗ୍ରୁପ ସମ୍ପର୍କରେ ଆମେରିକୀୟ କମ୍ପାନୀ ହିଣ୍ଡେନଗବର୍ଗ ଦେଇଥିବା ରିପୋର୍ଟ ଘଟଣାର ତଦନ୍ତ ସାରିବାକୁ ଆହୁରି ୬ ମାସ ସମୟ ମାଗିଛି ସେବି। ତେବେ ସୁପ୍ରିମକୋର୍ଟ ବିବାଦର ତଦନ୍ତ ପାଇଁ ଗଠନ କରିଥିବା କମିଟି ଦେଇଥିବା ପ୍ରାଥମିକ ରିପୋର୍ଟର ତର୍ଜମା କରିବେ ଓ ଏହାପରେ ତଦନ୍ତ ପାଇଁ ସମୟ ଦିଆଯିବ କି ନାହିଁ, ତା’ର ନିଷ୍ପତ୍ତି ନେବେ। ଏହା ଉପରେ ଶୁଣାଣି ମେ’ ୧୫ରେ ହେବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷରେ ଗଠନ ହୋଇଥିବା ୩ ଜଣିଆ ସ୍ୱତନ୍ତ୍ର ଖଣ୍ଡପୀଠ କହିଛନ୍ତି, “ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏଏମ ସାପ୍ରେ ତଦନ୍ତର ଆଭ୍ୟନ୍ତରୀଣ ରିପୋର୍ଟ ରେଜିଷ୍ଟ୍ରୀ ନିକଟରେ ଦାଖଲ କରିଛନ୍ତି।
ଆମେ ଉକ୍ତ ରିପୋର୍ଟକୁ ଦେଖିବା ପାଇଁ ସମୟ ପାଇନୁ। ଆମେ ପ୍ରଥମେ ଉକ୍ତ ରିପୋଟଆକୁ ଦେଖିବୁ। ଏହାପରେ ତଦନ୍ତ ରିପୋର୍ଟ ବୃଦ୍ଧି କରିବା ପାଇଁ ହୋଇଥିବା ଆବେଦନର ବିଚାର କରିବୁ।”
ସେବି ପାଇଁ ପକ୍ଷ ରଖୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା ଶୁଣାଣି ବେଳେ ଖଣ୍ଡପୀଠଙ୍କୁ କହିଛନ୍ତି, ତଦନ୍ତ କରିଛୁ। କିନ୍ତୁ ଏହାକୁ ଶେଷ କରିବା ପାଇଁ ଆମେ କିଛି ଅଧିକ ସମୟ ଚାହୁଁଛୁ। ଆମେ ଏଠାରେ କୋର୍ଟକୁ ସହାୟତା କରିବା ରହିଛୁ।
ଆମେ ୨୦୧୬ରେ ହୋଇଥିବା କିଛି ନେଣଦେଣକୁ ଯାଞ୍ଚ ମଧ୍ୟ କରିଛୁ। ଏହା ସଂପୂର୍ଣ୍ଣ ଭାବେ ଭିନ୍ନ। ଆମେ ଅନ୍ତର୍ଜାତୀୟ ଏଜେନ୍ସିକୁ ମଧ୍ୟ ଲେଖିଛୁ। ଏଥିପାଇଁ ଆମେ ବେଶ ଦାୟିତ୍ୱର ସହ ଆଉ ୬ ମାସ ସମୟ ମାଗୁଛୁ ବୋଲି ସେ ଖଣ୍ଡପୀଠଙ୍କୁ କହିଥିଲେ।
ଏହାକୁ ବିରୋଧ କରି ଆବେଦନକାରୀ ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ତଦନ୍ତରୁ କ’ଣ ସବୁ ମିଳିଛି ଅତିକମରେ ସେବି ସେସବୁ କହିବା ଦରକାର। ସେବି ହେଉଛି ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେସନ ଅଫ ସିକ୍ୟୁରିଟିଜ କମିଶନର ସଦସ୍ୟ। ତେଣୁ ବିଦେଶ ରାଷ୍ଟ୍ରରୁ ତଥ୍ୟ ଆଣିବା ସଂସ୍ଥା ପାଇଁ ଆଦୌ କଷ୍ଟରକର ନୁହେଁ ବୋଲି ସେ କହିଥିଲେ।
ଏହାର ଜବାବରେ ସିଜେଆଇ କହିଥିଲେ, “ତଦନ୍ତରୁ ସେବି କ’ଣ ସବୁ ପାଇଛି, ବର୍ତ୍ତମାନ ସମୟରେ ସେଗୁଡ଼ିକ ସାର୍ବଜନୀନ କରିବାକୁ କହିବା ଆଦୌ ଠିକ ହେବନି। ଅପେକ୍ଷା କରନ୍ତୁ। କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ଯାଏ ମଧ୍ୟ ସମୟ ଦିଆଯାଇ ପାରିବ ନାହିଁ।”
ହିଣ୍ଡେନବର୍ଗ ଆଣିଥିବା ଅଭିଯୋଗର ସମସ୍ତ ତଦନ୍ତ ଶେଷ କରିବାକୁ ସେବି ଆଉ ୬ ମାସ ସମୟ ଲୋଡ଼ିଛି। ଆଜିର ଶୁଣାଣି ବେଳେ ଖଣ୍ଡପୀଠ ସଂସ୍ଥାକୁ ୬ ମାସ ସମୟ ଦେବେ ନାହିଁ ବୋଲି ସଙ୍କେତ ଦେଇଛନ୍ତି। କିନ୍ତୁ ଆଉ ୩ ମାସର ସମୟ ଦେଇ ପାରନ୍ତି ବୋଲି ଖଣ୍ଡପୀଠଙ୍କ କଥାରୁ ସ୍ପଷ୍ଟ ହୋଇଛି।

ad-week
Leave A Reply

Your email address will not be published.