ଇମ୍ରାନ ଖାନଙ୍କୁ ମିଳିଲା ୨ ସପ୍ତାହର ଜାମିନ

add-all

ଇସ୍‌ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଦୁର୍ନୀତି ମାମଲାରେ ଇସଲାମାବାଦ ହାଇକୋର୍ଟ ଦୁଇ ସପ୍ତାହ ପାଇଁ ଜାମିନ ପ୍ରଦାନ କରିଛନ୍ତି।

ଏହି ଅବସରରେ ଇମ୍ରାନ୍‌ ଖାନ୍‌ଙ୍କ ଦଳ ଏକ ରାଲି ଘୋଷଣା କରିବା ସହ ନେତାଙ୍କ ଅଭିଭାଷଣ ପାଇଁ ଅଦାଲତ ନିକଟରେ ସମର୍ଥକମାନଙ୍କୁ ଏକାଠି ହେବାକୁ କହିବା ପରେ କଡ଼ା ସୁରକ୍ଷା ମଧ୍ୟରେ ଗିରଫ ପୂର୍ବରୁ ଜାମିନ ପାଇଁ ଶୁକ୍ରବାର ଇସଲାମାବାଦ ହାଇକୋର୍ଟରେ ହାଜର ହୋଇଥିଲେ।
ଇସଲାମାବାଦ ହାଇକୋର୍ଟ ପରିସରରେ ଉପସ୍ଥିତ ଥିବା ବେଳେ ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ (ଏନଏବି) ଏହି ଦୁର୍ନୀତିର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପରେ କର୍ତ୍ତୃପକ୍ଷ ମଙ୍ଗଳବାର ଅଲ୍‌ କାଦିର ଟ୍ରଷ୍ଟ ମାମଲାରେ ତାଙ୍କୁ ଗିରଫ କରିଥିଲେ।

ଇସଲାମାବାଦ ହାଇକୋର୍ଟ ତାଙ୍କ ଗିରଫଦାରୀକୁ ବଜାୟ ରଖିଥିଲେ ମଧ୍ୟ ସୁପ୍ରିମ୍‌କୋର୍ଟ ଗୁରୁବାର ତାଙ୍କ ଗିରଫଦାରୀକୁ ଅବୈଧ ଘୋଷଣା କରି କୋର୍ଟ ଭିତରୁ କାହାକୁ ଗିରଫ କରାଯାଇପାରିବ ନାହିଁ ବୋଲି ଘୋଷଣା କରିବା ସହ ତାଙ୍କୁ ସୁପ୍ରିମ୍‌କୋର୍ଟଙ୍କ ସୁରକ୍ଷାରେ ରଖି ପୂର୍ବାହ୍ନ ୧୧ଟାରେ ଇସ୍‌ଲାମାବାଦ ହାଇକୋର୍ଟରେ ହାଜର କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ।

ଅଲ୍‌ କାଦିର ଟ୍ରଷ୍ଟ ମାମଲାରେ ସୁପ୍ରିମ୍‌କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଗିରଫଦାରୀକୁ ବେଆଇନ ଓ ଅବୈଧ ତଥା ଅଗଣତାନ୍ତ୍ରିକ ବୋଲି ଘୋଷଣା କରିବାର ଗୋଟିଏ ଦିନ ପରେ ଇସଲାମାବାଦ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିଥିଲା।

ad-week
Leave A Reply

Your email address will not be published.