ମା ଶାରଳାଙ୍କ ପୀଠରେ ଚନ୍ଦନ ଯାତ୍ରା ଚାଲିଥିବା ବେଳେ ଅଘଟଣ, ବାଣ ବିସ୍ପୋରଣରେ ୧୦ରୁ ଅଧିକ ଆହତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ର୍ତିତ୍ତୋଲ ଥାନା ମା ଶାରଳାଙ୍କ ପୀଠରେ ଚନ୍ଦନ ଯାତ୍ରା ଚାଲିଥିବା ବେଳେ ଅଘଟଣ। ବାଣ ବସ୍ତାରେ ନିଆଁ ପଡ଼ି ବିସ୍ପୋରଣ। ଫଳରେ ୧୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସମସ୍ତଙ୍କର ମଣିଜଙ୍ଗା ମେଡ଼ିକାଲରେ ଚିକିତ୍ସା ଚାଲିଛି। ସେଥି ମଧ୍ୟରୁ ୫ ଗୁରୁତରଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଆହତଙ୍କ ମଧ୍ୟରେ ଛୋଟ ପିଲା ଓ ପୋଲିସ ମଧ୍ୟ ରହିଛନ୍ତି ବୋଲି କୁହାଯାଉଛି। ଘଟଣାସ୍ଥଳରେ ତହସିଲଦାର ପହଞ୍ଚି ଉଦ୍ଧାର ଓ ଚିକିତ୍ସା ବ୍ଯବସ୍ଥା କରିଛନ୍ତି।

ad-week
Leave A Reply

Your email address will not be published.