ଇଂରାଜୀ, ଇତିହାସ ଓ ରାଜନୀତି ବିଜ୍ଞାନର ଶେଷବର୍ଷ ପିଲାଙ୍କୁ ବିଦାୟ ସମ୍ବର୍ଦ୍ଧନା

add-all

ଫୁଲବାଣୀ : ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟରେ ଇଂରାଜୀ, ଇତିହାସ, ଓ ରାଜନୀତି ବିଜ୍ଞାନ ର ଶେଷ ବର୍ଷ ଛାତ୍ର ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ସଭା ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ କହିଲେ ଏ ଅନୁଷ୍ଠାନ ଏକ ପାନ୍ଥଶାଳା ଏଠି ଅନେକ ପାନ୍ଥ, ଆସନ୍ତି ଓ ବିଦାୟ ନିଅନ୍ତି ସବୁ ପାନ୍ଥକୁ ଏ ଅନୁଷ୍ଠାନ ମନେରଖେନି କିନ୍ତୁ ଯିଏ ଏ ଅନୁଷ୍ଠାନ ରୂପୀ ପାନ୍ଥଶାଳାରେ ସ୍ମୃତିର ଅକ୍ଷର ଲେଖିଯାଏ, ତାକୁ ଏ ଅନୁଷ୍ଠାନ ସବୁଦିନ ପାଇଁ ତା ହୃଦୟରେ ସାଇତିରଖେ |ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ବିଷ୍ଣୁପ୍ରସାଦ ରଥ, ରାଜନୀତି ବିଜ୍ଞାନର ମୁଖ୍ୟ ବନମାଳି ବେହେରା, ରତନ ଦିଗାଲ, ବିରୂପାକ୍ଷ ତ୍ରିପାଠୀ, ଇଂରାଜୀ ବିଭାଗର ଜ୍ଞାନରଞ୍ଜନ ଭୋଇ, ସୂରଜ ସାସମଲ, ଶଙ୍କରପାଢ଼ୀ, ରବି ନାରୟଣ ପାଣିଗ୍ରାହୀ, ଗିଦ୍ୟାନ ଡିଗାଲ, ବିକାଶ ମୁଖୀ, ଅଧ୍ୟାପିକା ଚମ୍ପାସୋରେନ, ରଶ୍ମିତା ଦେହୁରୀ ଯୋଗଦେଇ ଥିଲେ,ସୂରଜ ସାସମଲ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋଚନା କରିଥିବାବେଳେ ଅଧ୍ୟାପକ ଅଭୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଛାତ୍ର, ରୁଦ୍ରପ୍ରସାଦ, କୁଳମଣି, ସିଦ୍ଧାର୍ଥ, ରୁଦ୍ର ନାୟକ, ଛାତ୍ରୀ ବିଷ୍ନୁପ୍ରିୟା, ଜ୍ୟୋତି, ଅନିମା, ମୋନିକା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

ad-week
Leave A Reply

Your email address will not be published.