ଏସ୍‌ସିବି ମେଡିକାଲରେ ଖୋଲିବ ବୋନ୍‌ ବ୍ୟାଙ୍କ…

add-all

କଟକ: କଟକ ଏସ୍‌ସିବି ମେଡିକାଲରେ ଖୋଲିବ ବୋନ୍‌ ବ୍ୟାଙ୍କ। ଏସ୍‌ସିବି ଅସ୍ଥିଶଲ୍ୟ ବିଭାଗରେ ଏହି ବୋନ ବ୍ୟାଙ୍କ ପ୍ରତିଷ୍ଠା କରାଯିବ। ଏଥିପାଇଁ ସମସ୍ତ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବୋନ୍‌ ଟ୍ରାନ୍ସପ୍ଲାଣ୍ଟ ପାଇଁ କ୍ରସମ୍ୟାଚିଙ୍ଗ ସହ ଆନୁସଙ୍ଗିକ ମେସିନ ଆଣିବାକୁ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି। ଏଥିସହ ଅର୍ଥୋପେଡିକ ବିଭାଗରେ ବୋନ୍‌ ସଂରକ୍ଷଣ ପାଇଁ ଜାଗା ଚିହ୍ନଟ ହୋଇସାରିଛି। ଆସନ୍ତା ୩ ମାସ ଭିତରେ ବୋନ୍‌ ବ୍ୟାଙ୍କ ଆରମ୍ଭ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା କହିଛନ୍ତି ଏସସିବି ଅଧୀକ୍ଷକ ଡ଼ା ସୁଧାଂଶୁ ଶେଖର ମିଶ୍ର।

ତେବେ ଆସନ୍ତୁ ଜାଣିବା କ’ଣ ବୋନ ବ୍ୟାଙ୍କ? ସାଧାରଣତଃ ମେଡିକାଲକୁ ଆସୁଥିବା ରୋଗୀଙ୍କର ଅର୍ଥୋପେଡିକ ଅପରେସନ ପରେ କଟାଯାଇଥିବା ହାଡ଼ ଗୁଡ଼ିକ ଫିଙ୍ଗି ଦିଆଯାଇଥାଏ। ହେଲେ ଏବେ ସେହି ହାଡ଼ ଗୁଡ଼ିକ ନଷ୍ଟ ନ କରି ବୋନ୍‌ ବ୍ୟାଙ୍କରେ ଡିପ୍ ଫ୍ରିଜରରେ ସଂରକ୍ଷଣ କରି ରଖାଯିବ। ସେହି ହାଡର ସେଲ ଗୁଡିକ ନଷ୍ଟ ହେବା ପରେ ଅନ୍ୟ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯିବ। ବିଶେଷ କରି ବୋନ୍‌ ଟ୍ୟୁମର ରୋଗୀଙ୍କ ଶରୀରରେ ହାଡ଼ର ଅଭାବ ପୂରଣ ପାଇଁ ଏହା ବିଶେଷ ଲାଭଦାୟକ ହୋଇପାରିବ। ଓଡ଼ିଶା ବାହାରେ ବୋନ୍‌ ବ୍ୟାଙ୍କ ସୁବିଧା ଥିବା ବେଳେ ଏସସିବି ମେଡିକାଲରେ ଏହାକୁ ଆରମ୍ଭ କରାଯିବ।

ad-week
Leave A Reply

Your email address will not be published.