ଓଡ଼ିଶାରେ ୩୧ଟି ‘ଏକକ ଉତ୍ପାଦ’ ବିକ୍ରି ଷ୍ଟେସନ୍‌

add-all

ନୂଆଦିଲ୍ଲୀ : ସ୍ଥାନୀୟ ଅଞ୍ଚଳର ସାମଗ୍ରୀକୁ ପ୍ରୋତ୍ସାହିତ କରିବା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ୨୦୨୨ ମାର୍ଚ୍ଚ ୨୫ରେ ଆରମ୍ଭ ହୋଇଥିଲା ‘ଏକ ଷ୍ଟେସନ୍‌ ଏକ ଉତ୍ପାଦ (ଓଏସ୍‌ଓପି)’ ପାଇଲଟ ପ୍ରକଳ୍ପ। ୨୦୨୩ ମେ ପହିଲା ସୁଦ୍ଧା ଦେଶର ୨୧ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଂଚଳର ୭୨୮ଟି ରେଳ ଷ୍ଟେସନରେ ଏହା କାର୍ଯ୍ୟକାରୀ ହେଉଛି।

ଓଡ଼ିଶାର ୩୧ଟି ‌ରେଳ ଷ୍ଟେସନକୁ ଏହି ଯୋଜନାରେ ସାମିଲ କରାଯାଇଛି। ସେଗୁଡ଼ିକ ହେଲା ଅନୁଗୁଳ, ବଲାଙ୍ଗୀର, ବାଲେଶ୍ବର, ବାଲୁଗାଁ, ବାମରା, ବରଗଡ଼ ‌ରୋଡ, ବରପାଲି, ଭଦ୍ରକ, ଭବାନୀପାଟଣା, ଭୁବନେଶ୍ବର, ବଇଣ୍ଡା, ବ୍ରହ୍ମପୁର, ଛତ୍ରପୁର, କଟକ, ଢେଙ୍କାନାଳ, ହୀରାକୁଦ, ଜଳେଶ୍ବର, ଝାରସୁଗୁଡ଼ା, ଜୁନାଗଡ଼ ରୋଡ, କେସିଙ୍ଗା, ଖୋର୍ଦ୍ଧାରୋଡ୍‌, ମୁନିଗଡ଼ା, ନର୍ଲାରୋଡ୍‌, ପୁରୀ, ରେଢ଼ାଖୋଲ, ରାଜଗାଙ୍ଗପୁର, ରାୟଗଡ଼ା, ରାଉରକେଲା, ସମ୍ବଲପୁର, ସମ୍ବଲପୁର ସିଟି ଓ ଟିଟଲାଗଡ଼। ଉପରୋକ୍ତ ରେଳ ଷ୍ଟେସନମାନଙ୍କରେ ‘ୱାନ୍‌ ଷ୍ଟେସନ୍‌ ୱାନ୍‌ ପ୍ରଡକ୍ଟ’ ଷ୍ଟଲ୍‌ଗୁଡ଼ିକୁ ସ୍ଥାପନ କରାଯାଇଛି।

ad-week
Leave A Reply

Your email address will not be published.