ମାଓବାଦୀଙ୍କୁ ଗୁଳିମାଡ଼ ପରେ ଆକ୍ସନ ମୋଡ୍‌ରେ ପୁଲିସ

add-all

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ‌ମଦନପୁର ରାମପୁର ଥାନା ଟାପରେଙ୍ଗଠାରେ ଗତ ୯ ତାରିଖ ପୁଲିସ ଓ ମାଓବାଦୀ ଗୁଳି ବିନିମୟ ଘଟଣା ପରେ ଓଡ଼ିଶା ପୁଲିସ ଆକ୍ସନ ମୋଡ୍‌କୁ ଆସିଛି। ଆଜି ପୁଲିସର ବରିଷ୍ଠ ଅଧିକାରୀମାନେ କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଅଞ୍ଚଳ ଗସ୍ତ କରି ରୁଦ୍ଧଦ୍ବାର ସମୀକ୍ଷା ବୈଠକ କରିଥିଲେ। ଏଥିରେ ରାଜ୍ୟ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଂଜୀବ ପଣ୍ଡା ଓ ଏଡିଜି ଅପରେସନ ଅମିତାଭ ଠାକୁର, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ସମସ୍ତ ଜିଲ୍ଲାର ଏସ୍‌ପି ଉପସ୍ଥିତ ଥିଲେ।

ଶୁକ୍ରବାର ଦିନ କଳାହାଣ୍ଡି ଗସ୍ତରେ ଆସି ପୁଲିସ ମୁଖ୍ୟାଳୟଠାରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ, ପୁଲିସ ଏସ୍‌ପି ଅଭିଳାଷ ଜୀଙ୍କ ଉପସ୍ଥିତିରେ ସମୀକ୍ଷା ‌କରିଥିଲେ। ଏଥିରେ ସ୍ବାସ୍ଥ୍ୟ, ଶିକ୍ଷା ଓ ଗମନାଗମନର ବିକାଶ ଉପରେ ଆଲୋଚନା ହୋଇଥିଲା। ବୈଠକ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏଡିଜି ଅପରେସନ ଅମିତାଭ ଠାକୁର କହିଥିଲେ ବର୍ତ୍ତମାନ ଓଡ଼ିଶାର କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ମାଓବାଦୀମାନଙ୍କ ଗତିବିଧି ଜାରି ରହିଛି।

ଛତିଶଗଡ଼ର ପ୍ରାୟ ୯୦ ପ୍ରତିଶତ କ୍ୟାଡର ମାଓବାଦୀ ଓଡ଼ିଶାକୁ ଆସୁଛନ୍ତି। ଓଡ଼ିଶାର ମାତ୍ର ୫ ପ୍ରତିଶତ କ୍ୟାଡର ଅଛନ୍ତି। ଗତ ମେ୯ରେ ନିହତ ୩ ମାଓବାଦୀ ମଧ୍ୟରେ ଜଣଙ୍କ ପରିଚୟ ମିଳିଛି। ସେ ହେଲେ କେକେବିଏନ୍‌ର ଜଣେ ଏରିଆ କମାଣ୍ଡର ଲଳିତ। ମାଓସ୍ଥିତି ନେଇ ତୀକ୍ଷ୍‌ଣ ନଜର ରଖାଯାଇଛି। ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ମଧ୍ୟ ଏହି ଅଞ୍ଚଳ ଗସ୍ତ କରି ଅନୁଧ୍ୟାନ କରିଛନ୍ତି ବୋଲି ଶ୍ରୀ ଠାକୁର ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଅନ୍ୟ ପକ୍ଷରେ ଆଜି ପୁଲିସ ଡିଜିଙ୍କ କଳାହାଣ୍ଡି ଗସ୍ତ ଶେଷ ମୁହୂର୍ତ୍ତରେ ବାତିଲ ହୋଇଥିଲା।

ad-week
Leave A Reply

Your email address will not be published.