ୱିପ୍ରୋ କର୍ମଚାରୀଙ୍କୁ ଛୁରୀ ଭୁଶି ହତ୍ୟା

add-all

ଦିଲ୍ଲୀର ଗ୍ରେଟର ନୋଏଡ଼ାରେ ଗତକାଲି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ୱିପ୍ରୋ କର୍ମଚାରୀଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକଙ୍କ ନାମ ଜିତେନ୍ଦ୍ର କୁମାର ବୋଲି ଜଣାଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କ ଚିହ୍ନଟ କରି ପାରିନି।

ଜିତେନ୍ଦ୍ର କୁମାର ଗତ କିଛି ବର୍ଷ ହେଲା ୱିପ୍ରୋରେ କାମ କରୁଥିବା ବେଳେ ଗ୍ରେଟର ନୋଏଡ଼ାରେ ନିଜ ପରିବାର ସହ ରହୁଥିଲେ। ଘଟଣା ଦିନ ସେ କାମ ସାରି ପାର୍କିଂରେ ରଖିଥିବା ନିଜ କାର୍‌ ଆଣିବାକୁ ଯାଇଥିଲେ। ମାତ୍ର ସେଠାରେ କେହି ଦୁର୍ବୃତ୍ତ ତାଙ୍କୁ ବାରମ୍ବାର ଛୁରୀରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ଜୀବନ ଚାଲି ଯାଇଥିଲା।

ଖବର ପାଇ ପୁଲିସ୍ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଘଟଣାସ୍ଥଳରେ ହିଁ ଜିତେନ୍ଦ୍ର କୁମାର ଆଖି ବୁଜିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ କିଏ ଓ କାହିଁକି ଏପରି ହତ୍ୟାକାଣ୍ଡ ଘଟାଇଲା, ଏହା ପଛରେ କାରଣ କ’ଣ ତାହାର ତନାଘନା ଆରମ୍ଭ କରିଛି ପୁଲିସ୍‌।

ଏହାର କିଛି ଦିନ ପୂର୍ବରୁ ଦିଲ୍ଲୀର ନୋଏଡ଼ା ଅଞ୍ଚଳରେ ଜଣେ ୧୬ ବର୍ଷୀୟ ନାବାଳକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ନାବାଳକଜଣକ ନିଜ ମାମୁ ଓ ଅଭିଯୁକ୍ତଙ୍କ ଝଗଡ଼ାର ସମାଧାନ କରିବାକୁ ଚେଷ୍ଟା କରୁଥିବା ବେଳେ ଅଭିଯୁକ୍ତଜଣକ ତାଙ୍କୁ ଗୁଳି ମାଡ଼ କରି ଦେଇଥିଲେ।

ଦିଲ୍ଲୀରେ ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ ସାଧାରଣ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।

ad-week
Leave A Reply

Your email address will not be published.